Home ଜିଲ୍ଲା ପରିକ୍ରମା ଜିଲ୍ଲା ରକ୍ତ ସଂଗଠନର ୬ତମ ପ୍ରତିଷ୍ଠା ଦିବସ ପାଳିତ

ଜିଲ୍ଲା ରକ୍ତ ସଂଗଠନର ୬ତମ ପ୍ରତିଷ୍ଠା ଦିବସ ପାଳିତ

2

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ସାମାଜିକ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ପକ୍ଷରୁ ଷଷ୍ଠ ତମ ପ୍ରତିଷ୍ଠା ଦିବସ ଅବସରରେ ଆଗନ୍ତୁକ ଭକ୍ତମାନ ଓ ଦୁଃଖୀ ଦରିଦ୍ରଙ୍କୁ ନିଃଶୁଳ୍କରେ ଅନ୍ନ ପ୍ରସାଦ ବଂଟନ କରାଯାଇଥିଲା। ସଂଗଠନ ସଭାପତି ମିଥୁନ ଯେନାଙ୍କ ତତ୍ୱାବଧାନରେ ସମ୍ପାଦକ ମିହିର ନାୟକ, ପ୍ରତିଷ୍ଠାତା ଗୌତମ ସାହୁ ଏଲିନା ନାୟକ, ସହସଭାପତି ରଶ୍ମି ରଞ୍ଜନ ବାରିକ, ,ଉର୍ବଶୀ ମଲିକ, ଖିରାବ୍ଧି ତନୟା ,ଲକ୍ଷ୍ମୀପ୍ରିୟା ଦାସ,ରଶ୍ମିତା ରାଣୀ ଜେନା, ସୌମ୍ୟ ରଞ୍ଜନ ସାହୁ,ହେମନ୍ତ ଗୋଛାୟତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ମଣିବାବାଙ୍କ ଫଟୋଚିତ୍ର ସହ ଓତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାମାଜିକ କର୍ମୀ ଓ ନବଜୀବନ ଫାଉଣ୍ଡେସନ ର ରାଜ୍ୟ ମୁଖ୍ୟ ମାନସ ରଞ୍ଜନ ସାହୁ,ବାଲେଶ୍ୱର ଜିଲ୍ଲା କୁପାରି ଅଂଚଳର ଯୁବ ସମାଜସେବୀ ଅର୍ଜୁନ ବେହେରା ଅତିଥି ଭାବେ ଯୋଗ ଦେଇ ମନ୍ଦିର ପରିଚାଳକ ସୁଧାକର ବିଶ୍ୱାଳ, ବିିଶ୍ୱନାଥ ପଲାଇ, ପ୍ରଦୀପ ବିଶ୍ୱାଳ ପ୍ରମୁଖଙ୍କୁ ଉତରୀୟ ବାବାମଣୀଙ୍କ ଫଟୋଚିତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.