ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାର ଭୁବନେଶ୍ୱର ଠାରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ପୁର୍ବାଂଚଳ (୧୧ ବର୍ଷରୁ କମ) ରୋଲବଲ ପ୍ରତିଯୋଗିତା ଟି ୨୧ ମାର୍ଚ୍ଚ ରୁ ଆରମ୍ଭ ହୋଇ ୨୨ ମାର୍ଚ୍ଚ ୨୦୨୬ ରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ୧୨ ଜଣ ବାଳକ ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ବାଳକ ଦଳରେ ଭଦ୍ରକ ଜିଲ୍ଲାରୁ ସାରାଂଶ ପଣ୍ଡା ସ୍ଥାନ ପାଇଛନ୍ତି । ସାରାଂଶ ବର୍ତମାନ ଏସ୍ ବି ଡି ଇଂଟରନେସନାଲ୍ ସ୍କୁଲ ର ଚତୁର୍ଥ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ବେଳେ ତାଙ୍କ ପିତା ଙ୍କ ନାମ ଡ଼ାକ୍ତର ଧନଞ୍ଜୟ ପଣ୍ଡା ଓ ମାତା ଙ୍କ ନାମ ଡ଼ାକ୍ତର ଭାଗ୍ୟଶ୍ରୀ ପଣ୍ଡା ,ଘର କୁଆଁସ ଗ୍ରାମ ରେ । ତାଙ୍କର ଏହି ସଫଳତା ପଛରେ ପିତା, ମାତା , ଜେଜେ, ଅଜା ଓ ବିଦ୍ୟାଳୟ ର କ୍ରିଡା ଶିକ୍ଷକ ଙ୍କ ସହଯୋଗ ଥିବାବେଳେ , ଭଦ୍ରକ ଜିଲ୍ଲା ରୋଲବଲ ସଂଘର ସଂପାଦକ ମନୋଜ କୁମାର ସାହୁ , ସଭାପତି ଗୌରହରି ମଣ୍ଡଳ ,ଉପ ସଭାପତି ଶିବାଶିଷ୍ ଦିକ୍ଷୀତ୍ ,କୋଷାଧ୍ୟକ୍ଷ ପବିତ୍ର ମୋହନ ଖିଲାର୍ , ସହ ସଂପାଦକ ବି ପିତାମ୍ବର ରେଡି , ଏସବିଡି ଇଂଟରନେସନାଲ୍ ସ୍କୁଲ ର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଓ ଚେୟାର୍ ମେନ୍ ଦେବାଶିଷ୍ ଦିକ୍ଷୀତ୍ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି।
Home ଜିଲ୍ଲା ପରିକ୍ରମା ଜାତୀୟ ସ୍ତରୀୟ ପୂର୍ବାଂଚଳ ୧୧ ବର୍ଷରୁ କମ୍ ରୋଲ୍ବଲ ପ୍ରତିଯୋଗିତାରେ ଭଦ୍ରକରୁ ସାରାଂଶ ମନୋନୀତ








