ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁସଲିମ ଜମାତ ହଲାଲ କମିଟିର ଏକ ବୈଠକ ଗୁରୁବାର ସନ୍ଧ୍ୟା ୭ ଘଟିକା ରେ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ପ୍ରାଣଙ୍ଗରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଇଦ -ଉଲ -ଫିତର ଚନ୍ଦ୍ରର ସାହାଦାତ (ଚନ୍ଦ୍ର ଦେଖିଥିବା ଲୋକ) ପାଇଁ ବସିଥିଲା । ତେଣୁ କୌଣସି ଜାଗାରେ ଚନ୍ଦ୍ର ଦୃଶ୍ୟ ହୋଇ ନ ଥିବାରୁ ପବିତ୍ର ରମଜାନ ମାସର ୩୦ ରୋଜା (ଉପବାସ) ରଖିବେ, ୩୦ ତରାୱୀ ନମାଜ ମଧ୍ୟ ପଢିବେ ଏବଂ ଇଦ-ଉଲ-ଫିତର ର ନମାଜ ୨୧ ତାରିଖ ଶନିବାର ରେ ଭଦ୍ରକ ଭାଇଚାରା ସହର ସହିତ ସମଗ୍ର ଭାରତ ବର୍ଷରେ ପାଳିତ ହେବ । ଭଦ୍ରକ ଜାମା ମସଜିଦରେ ସକାଳ ୯.୧୫ ଘଟିକା ସମୟରେ ଏବଂ ଇଦଘା ରେ ସକାଳ ୯. ୩୦ ରେ ନମାଜ ପାଠ ହେବ ବୋଲି ହଲାଲ କମିଟି ଘୋଷଣା କରିଥିଲା । ଏହି ବୈଠକ ରେ ମୁସଲିମ ଜମାତ ର ଉପ ସଭାପତି ଶେଖ ମହମ୍ମଦ ଜକାଉଲ୍ଲା, ସାଧାରଣ ସମ୍ପାଦକ ହାଜୀ ଇନାମ ମହମ୍ମଦ, ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, ହାଜୀ କ୍ୟୈୁମ ସାହା, ଇଂ ହବିବୁଲ୍ଲା ଖାନ , ଅସରଫ ଅଲି ଖାନ, ଅଖତର ଅଲି ଖାନ , ମିର୍ଜା ଏକ୍ରାମ ବେଗ , ମୁସ୍ତାକ ଗୌହର, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ), ଶେଖ ଇମତିଆଜ ଏବଂ ସମସ୍ତ ମସଜିଦ ର ମୌଲାନା ମାନେ ଉପସ୍ଥିତ ରହିଥିଲେ ।








