Home ଜିଲ୍ଲା ପରିକ୍ରମା ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ପ୍ରତିବାଦରେ ଗୁରୁଜୀ ଓ ଗୁରୁମାଙ୍କ ଧାରଣା

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ପ୍ରତିବାଦରେ ଗୁରୁଜୀ ଓ ଗୁରୁମାଙ୍କ ଧାରଣା

1

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କୁ ଶିଶୁ ମନ୍ଦିର ପରିଚାଳନା ସମିତି ନିଲମ୍ବିତ କରିଛି।ଏଥିସହ ଗୁରୁଜୀ ଓ ଗୁରୁମାଙ୍କୁ ସମିତି ପକ୍ଷରୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏହାରି ପ୍ରତିବାଦରେ ପ୍ରତିବାଦରେ ଗୁରୁଜୀ ଓ ଗୁରୁମା ମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଥିବା ଜଣାଯାଇଛି । ଏସମ୍ପର୍କରେ ଗୁରୁମା ଓ ଗୁରୁଜୀମାନେ ତହସିଲଦାର, ବିଡ଼ିଓ, ତିହିଡି଼ ଥାନା ଆଇଆଇସି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ନିଲମ୍ବିତ ପ୍ରଧାନଆଚାର୍ଯ୍ୟଙ୍କୁ ପୁନଃ ଅବସ୍ଥାପିତ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି । ଗୁରୁଜୀ ଓ ଗୁରୁମା ମାନଙ୍କ ଅଭିଯୋଗରୁ ଜଣାଯାଇଛି ଯେ ,କୌଣସି କାରଣ ନଥାଇ ଶିଶୁମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରକାଶ କୁମାର ବେହେରାଙ୍କୁ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ପକ୍ଷରୁ ନିଲମ୍ବନ କରାଯାଇଛି । ଏହାଛଡ଼ା ଶିଶୁ ମନ୍ଦିରରେ ଶିକ୍ଷାଦାନ କରୁଥିବା ଗୁରୁଜୀ ଓ ଗୁରୁମାମାନଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି । ଦୀର୍ଘ ୨୫ ବର୍ଷ ହେଲା ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବିକାଙ୍କ ଦକ୍ଷିଣା ଶିକ୍ଷା ବିକାଶ ସମିତିର ସ୍ଲାବ ଓ ବେସିକ ଅନୁଯାୟୀ ହୋଇପାରୁନାହିଁ । ଏହାବ୍ୟତୀତ ବାର୍ଷିକ ଯୋଜନାର ବିଚ୍ୟୁତ ହୋଇ ପରିଚାଳନା ସମିତି କରୁଥିବା ମନମୁଖୀ କାର୍ଯ୍ୟର ସେମାନେ ପ୍ରତିବାଦକରି ଧାରଣା ଦେଇଛନ୍ତି ବୋଲି ଦର୍ଶାଇଛନ୍ତି । ଶିଶୁ ମନ୍ଦିରର ସୁବ୍ରତ କୁମାର ଦାସ, ପ୍ରଶାନ୍ତ କୁମାର ପ୍ରଧାନ, ଗୋପାଳ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସ୍ୱାଧୀନେଶ୍ୱରୀ ପାଣିଗ୍ରାହୀ, ଅମୀୟ ରଞ୍ଜନ ଦାସ, ସୁରେଶ ଚନ୍ଦ୍ର ପୁହାଣ, ଭବାନୀ ଆଚାର୍ଯ୍ୟ, ଲିଜା ଦାସ, କଳ୍ପନାରାଣୀ ବିଶ୍ୱାଳ, ଭୁବନେଶ୍ୱରୀ ସେନାପତି, ପ୍ରମୁଖ ଗୁରୁଜୀ ଓ ଗୁରୁମା ମାନେ ତାଲା ପକାଇ ଧାରଣା ଦେଇଥିବା ଜଣାଯାଇଛି । ଖବରପାଇ ବାସୁଦେବପୁର ସଂକୁଳ ପ୍ରମୁଖ କିଶୋର କୁମାର ନାୟକ ଧାରଣା କାରୀଙ୍କ ପାଖରେ ପହଂଚି ଶୁକ୍ରବାର ଶିକ୍ଷା ବିକାଶ ସମିତି ପକ୍ଷରୁ ଏନେଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇ ସମସ୍ୟାର ସମାଧାନ କରାଯିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.