Home ଜିଲ୍ଲା ପରିକ୍ରମା ବେଆଇନ୍ ଗୋରୁ ବୋଝେଇ ଗାଡି ଜବତ

ବେଆଇନ୍ ଗୋରୁ ବୋଝେଇ ଗାଡି ଜବତ

3

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କ ଚକବନ୍ଦୀ କାର୍ଯ୍ୟାଳୟ ନିକଟରେ ଆଜି ସକାଳ ୬ ଘଟିକା ସମୟରେ ଏକ ଗୋରୁ ବୋଝେଇ ଗାଡିକୁ ପୁଲିସ୍ ଜବତ କରିଛି। ଏହି ବେଆଇନ୍ ଗୋରୁ ପରିବହନ ହେଉଥିବାର ସୂଚନା ପାଇ ପାଟ୍ରୋଲିଂ ପୁଲିସ୍ ହାତରେ ଧରାପଡିଛି ଏହି ଗୋରୁ ଗାଡି। ଏହାର ଚାଳକ ଫେରାର ହୋଇଯାଇଥିବାବେଳେ ଉକ୍ତ ଗାଡିରେ ଅତ୍ୟନ୍ତ ଅମାନୁଷିକ ଭାବେ ପରିବହନ ହେଉଥିବା ୩ଟି ଗୋରୁକୁ ବାସୁଦେବପୁର ଚାନ୍ଦିମାଳ ଗୋଶାଳାକୁ ପଠାଯାଇଥିବାର ଜଣାପଡିଛି। ଏଥିନେଇ ସ୍ଥାନୀୟ ଥାନାରେ ୧୩୫/୨୬ ମୂଳେ ଏକ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.