ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଂଚାୟତର ହସନପୁର ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଗୋ ମାତା ଓ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ମଠ ମନ୍ଦିରରୁ ଆଗତ ୬୦ ରୁ ଉର୍ଦ୍ଧ୍ୱ ସାଧୁ ସନ୍ଥ ସନ୍ନ୍ୟାସୀ ଏବଂ ୫୦ ରୁ ଉର୍ଦ୍ଧ୍ୱ ଗୋ ମାତାଙ୍କର ପୂଜନ କରାଯାଇଥିଲା। ପୂର୍ବାହ୍ନରେ ଗାନ୍ଧୀପଡ଼ିଆଠାରେ ଭୂମି ପୂଜନ ସରିବା ପରେ ସାଧୁ ସନ୍ଥଙ୍କୁ ସ୍ୱାଗତ କରି ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ସହର ମଧ୍ୟ ଦେଇ ଆରଡ଼ି ଛକ, ନଳାଙ୍ଗ ହୋଇ ହସନପୁର ଗ୍ରାମ ପରିକ୍ରମା କରି ପୂଜନ ସ୍ଥଳୀକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ସମ୍ବର୍ଦ୍ଧିତ କରାଯାଇଥିଲା। ସାଧୁସନ୍ଥଙ୍କ ଦ୍ୱାରା ଗୋ ମାତାଙ୍କୁ ପୂଜନ କରାଯିବା ସହିତ ହିନ୍ଦୁ ନବ ବର୍ଷ ପାଳନ କରାଯାଇଥିଲା। ଉତ୍କୃଷ୍ଟ ଗୋ ମାତାଙ୍କୁ ଚିହ୍ନଟ କରାଯାଇ ଏହାର ପାଳକଙ୍କୁ ସମ୍ମାନୀତ କରାଯିବ ବୋଲି ସମିତି ପକ୍ଷରୁ ନିଷ୍ପତି ନିଆଯାଇଛି। ସାଧୁସନ୍ଥ ମାନେ ହସନପୁର ଗ୍ରାମରେ ପହଂଚିବା ପରେ ଗ୍ରାମର ମହିଳା ମାନେ ଫୁଲ, ଚନ୍ଦନ ଦେଇ ଶଙ୍ଖ ହୁଳୁ ହୁଳି ପକାଇ, କୀର୍ତନ କରି ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇ ଯାଇଥିଲେ। ଶ୍ରୀରାମ ମହାଯଜ୍ଞ ସମିତିର ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ସନ୍ଥ ସଭାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସନ୍ଥ ମାନେ ଉକ୍ତ ସଭାରେ ଉପସ୍ଥିତ ରହି ଆଶିର୍ବଚନ ପ୍ରଦାନ କରିବା ସହ ଗୌରବ ମୟ ଭାରତୀୟ ସଂସ୍କୃତି, ପରମ୍ପରା ଓ ଗୋ ମାହାତ୍ମ୍ୟ ଏବଂ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ। ସାଧୁ ସନ୍ଥମାନଙ୍କ ମଧ୍ୟରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସ୍ୱାମୀ ଦଣ୍ଡଧାରୀ ମହାରାଜ, ଚନ୍ଦନଶ୍ରୀ ମହାପାତ୍ର, ଗଙ୍ଗାରାମଦାସ ମହାରାଜ, ପ୍ରଦୀପ କୁମାର ନାୟକ ମହାରାଜ ଏବଂ ରବି ଦାସ ମହାରାଜ ହିନ୍ଦୁ ସମାଜ, ହିନ୍ଦୁତ୍ୱ, ହିନ୍ଦୁ ନବ ବର୍ଷ, ଗୋ ସେବା ଆଦି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ରାଜ୍ୟ ସଭା ସାଂସଦ ମନମୋହନ ସାମଲ, ସମିତିର ସଭାପତି ଆଇନଜୀବି ନିତ୍ୟାନନ୍ଦ ନାୟକ, ଉପ ସଭାପତି ତ୍ରିଲୋଚୋନ ନାୟକ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ଆଇନଜୀବି ତୁଷାର କାନ୍ତ ଦାସ, ସ୍ୱରୂପାନନ୍ଦ ମହାପାତ୍ର କୋଷା୍ମକ୍ଷ ନିରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସ, ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ଭଗବାନ ପଣ୍ଡା, କେନ୍ଦ୍ରୀୟ ଗୋ ପୂଜନ ସଂଯୋଜକ ରଘୁନାଥ ସାହୁ, ଡା. ଦେବରାଜ ପାତ୍ର, କେନ୍ଦ୍ରୀୟ ସମିତିର ବରିଷ୍ଠ ସଦସ୍ୟ କୈଳାସ ଦାସ, ବୃନ୍ଦାବନ ଜେନା, ରଞ୍ଜନ ବଳ, ବିଶ୍ୱ ରଞ୍ଜନ ଦାସ, ଶ୍ରୀକାନ୍ତ ଲେଙ୍କା, ମାନସ ବାରିକ, ବିମ୍ବାଧର ସେନାପତି, ପୁରୁଷୋତମ ମହାନ୍ତି, ସଞ୍ଜୀବ ମହାନ୍ତି, ରଞ୍ଜିତ ମହାପାତ୍ର, ବସନ୍ତ ରାଉତ, ସମୀର ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ପରିଚାଳନାରେ ଅମୂଲ୍ୟ ନାୟକ, ସୁଧାକର ମହାପାତ୍ର, ବିଜୟ ଖିଲାର, ପୂର୍ଣ୍ଣଚନ୍ଦ୍ର ସେଠୀ, ଶାନ୍ତନୁ ମହାପାତ୍ର, ରାମଚନ୍ଦ୍ର ରାଉତ, ସୁରେଶ ସାମଲ, ମୁକ୍ତିକାନ୍ତ ସାହୁ, ପ୍ରସନ୍ନ ରାଉତ, ରବି ସାହୁ ପ୍ରମୁଖ ସହଯୋଗ କରିଥିଲେ। ସାଧୁ ସନ୍ଥଙ୍କ ସ୍ୱାଗତ ପରିପ୍ରେ୍ଷୀରେ ହୋଇଥିବା ୨ ହଜାରରୁ ଉର୍ଦ୍ଧ୍ୱ ବିଶାଳ ବାଇକ୍ ଶୋଭାଯାତ୍ରାରେ ବିଭିନ୍ନ ଅନୁଷ୍ଠାନ, ସାମାଜିକ ସଂଗଠନ, ସଂଘର ବିବିଧ କ୍ଷେତ୍ର, କ୍ଲବ, ମେଢ଼ କମିଟିର ସଦସ୍ୟ ସାମିଲ ହୋଇଥିଲେ। ନାରାୟଣ ଖଟୁଆ, ସରୋଜ ରାଉତ, ଟୁକୁନା ସ୍ୱାଇଁ, ସୀତାରାମ ସେଠୀ, ରଶ୍ମି ରଂଜନ ସାହୁ, ସନ୍ତୋଷ ଲେଙ୍କା, ଆନନ୍ଦ ଶଙ୍କର ଦାସ, ସୁଶାନ୍ତ ପଣ୍ଡା, ଜ୍ଞାନ ପାଣି, ବିଜୟ ଦାଶ, ଅମିତ୍ ମୁଖୀ, ଅପୂର୍ବ ବେହେରା, କାହ୍ନୁ ସାହୁ, ଚନ୍ଦନ ମହାପାତ୍ର, ମୁକେଶ ବାରିକ, ଦେବୀ ପ୍ରସାଦ ଦାସ, ପ୍ରିୟ ବ୍ରତ ଭୋଇ, ଜ୍ୟୋତି ପ୍ରକାଶ ସାହୁ, ଓଁକାର ମହାନ୍ତି, ଶ୍ୟାମ ମୁଣ୍ଡା, ପ୍ରମୁଖ ବାଇକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।








