Home ଜିଲ୍ଲା ପରିକ୍ରମା ମାଆ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

ମାଆ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

0

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ୍ବରୋଳି ପଂଚାୟତ ଅନ୍ତର୍ଗତ ସଦା୍ୱର୍ତ ଗ୍ରାମରେ ଅଧୀଷ୍ଠାତ୍ରୀ ଦେବି ମାଆ ରତ୍ନ ଜାଗୁଳାଇ ଙ୍କ ମନ୍ଦିର ପ୍ରତିଷ୍ଠା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଲକ୍ଷ୍ମୀନାରାୟଣ ପୂଜା କମିଟି ଆନୁକୂଲ୍ୟରେ ପରିଚାଳିତ ଏହି ଉତ୍ସବ ରେ ଗ୍ରାମ ର ମହିଳା ମାନଙ୍କ ଦ୍ୱାରା ୧୦୮କଳସ ଶୋଭାଯାତ୍ରା ବାହାରି ପାରମ୍ପାରିକ ବାଦ୍ୟ ଯନ୍ତ୍ର ସହ ଆତସବାଜି ପ୍ରଦର୍ଶନ କରି ମଣ୍ଡପ ନିକଟରେ ସ୍ଥାପନ କରାଯିଇଥିଲା। ମାଆ ଙ୍କ ନିକଟରେ ଚଣ୍ଡୀପାଠ ବେଶ ଆନନ୍ଦଦାୟକ ଥିଲା।ପ୍ରଥମ ଦିନ କର୍ମ ପରେ ଦିତୀୟ ଦିବସରେ ପ୍ରସାଦ ସେବନ କରାଯାଇଥିଲା।ପାଖ ଆଖ ଗାଁ ରୁ ବହୁ ଶ୍ରଦ୍ଧାଳୁ ଯୋଗଦାନ କରି ପ୍ରସାଦ ସେବନ ପୂର୍ବକ ମାଆ ଙ୍କ ଆଶିଷ ଭିକ୍ଷା କରିଥିଲେ। ବହୁ ଆନନ୍ଦ ଉଲ୍ଲାସ ସହ ଏହି ଉତ୍ସବ ପାଳନ ହୋଇ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.