Home ଜିଲ୍ଲା ପରିକ୍ରମା ଭାଜପା କାର୍ଯ୍ୟକର୍ତା ସମ୍ମିଳନୀ

ଭାଜପା କାର୍ଯ୍ୟକର୍ତା ସମ୍ମିଳନୀ

5

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିରେ ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏନଏସିସ୍ଥିତ ସଦାନନ୍ଦ ମଠ ପରିସରରେ ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନେତା ଅଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଚାନ୍ଦବାଲି ନଗର ଭାଜପା ସଭାପତି ବିକାଶ ବେହେରା ସଭାପତିତ୍ୱ କରିଥିଲେ। ସମ୍ମିଳନୀରେ ଆଗାମୀ ପୌର ନିର୍ବାଚନକୁ ସଫଳ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତାଙ୍କୁ ସଂଗଠିତ ହୋଇ ଦଳର ନୀତି ଓ ଆଦର୍ଶକୁ ଘରେଘରେ ପହଂଚାଇବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ନିର୍ବାଚନ ମଣ୍ଡଳୀ ସଂଯୋଜକ କିଶ୍ୱର ନାୟକ, ଚାନ୍ଦବାଲି ବିଧାନସଭା ପ୍ରଭାରୀ ଅଜୟ କୁମାର ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର କୁମାର ରାଉଳ, ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର ଓ ପୂର୍ଣ୍ଣଚନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତାମାନଙ୍କୁ ସମ୍ବୋଧନ କରିଥିଲେ। କାର୍ଯ୍ୟ କର୍ତା ମାନେ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ହିତାଧିକାରୀମାନଙ୍କୁ ସାମିଲ କରାଇବା ସହିତ ଦଳର ଭିତିକୁ ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ କରିଥିଲେ। ସେମାନେ ଆଗାମୀ ପୌର ନିର୍ବାଚନରେ ଦଳକୁ ସୁଦୃଢ କରିବା ସହ ଲୋକଙ୍କ ସହ ଆହୁରି ଘନିଷ୍ଠ ସମ୍ପର୍କ ଗଢ଼ି ତୋଳିବା ଉପରେ ଜୋର ଦେଇଥିଲେ। ସମ୍ମିଳନୀରେ ଏନଏସି ର ଦଳୀୟ କାର୍ଯ୍ୟକର୍ତା ଓ ସମର୍ଥକ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ନେତା ଅଭିମନ୍ୟୁ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.