Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକ କଂଗ୍ରେସ କମିଟି ତରଫରୁ ମତୋ ଠାରେ ବିଭିନ୍ନ ଦାବିରେ ବିକ୍ଷୋଭ, କେନ୍ଦ୍ର ସରକାର...

ଚାନ୍ଦବାଲି ବ୍ଲକ କଂଗ୍ରେସ କମିଟି ତରଫରୁ ମତୋ ଠାରେ ବିଭିନ୍ନ ଦାବିରେ ବିକ୍ଷୋଭ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୁଶପୁତଳିକା ଦାହ

3

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଠାରେ ଚାନ୍ଦବାଲି ବ୍ଲକ ସଭାପତି ସୁଭାଶିଷ ମଲ୍ଲିକ ଙ୍କ ସଭାପତିତ୍ୱରେ ଜାତୀୟ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଉପରେ ଗର୍ଜିଥିଲେ ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୁଶପୁତଳିକା ଦାହ କରିଥିଲେ। ଖାଉଟି ମାନଙ୍କ ଇନ୍ଧନ ଗ୍ୟାସ ସିଲିଣ୍ଡର ଦରବୃଦ୍ଧି। ଯୁଦ୍ଧ୍‌ଯ କୁ ମାତ୍ର ୧୧ ଦିନ ନ ପୁରୁଣୁ ଇନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି, କମ୍ପାନୀ କୁ ଅନୁକମ୍ପା ଦେଖାଇ ମୋଟା ଅଙ୍କର ମୁନାଫା ଦେବାପାଇଁ ସରକାର ତରବରିଆ ଭାବରେ ୬୦ଟଙ୍କା ଦର ବୃଦ୍ଧି କରିଛନ୍ତି ।ଜାତୀୟ କଂଗ୍ରେସ ଏହାକୁ ବିରୋଧ କରିଛି ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯାଉ। ଚାଷୀ ଙ୍କ ଧାନ ଆଜି ପର୍ଯ୍ୟନ୍ତ ବିକ୍ରୀ କରିପାରୁ ନାହାଁନ୍ତି ଯଦି ବି ଆଖି ସ୍କାନ କରୁଛନ୍ତି ୨୪ ଘଂଟ ବଦଳରେ ୨୪ ଦିନ ପର୍ଯ୍ୟନ୍ତ ଧାନ ଟଙ୍କା ଚାଷୀ ପାଇ ପାରୁନାହିଁ। ୧୯୭୯ ମସିହାରୁ ଚାନ୍ଦବାଲି ରେ ଭାରତ ସରକାରଙ୍କ ନାବିକ ପ୍ରଶିକ୍ଷଣ କେନ୍ଦ୍ର ଥିବା ବେଳେ ଆଜି ଆଦାନୀ କମ୍ପାନୀ ହାତକୁ ସରକାର ଟେକି ଦେଉଛନ୍ତି। ଲୋକଙ୍କ ସରକାର କମ୍ପାନୀ ପ୍ରୀତି କୁ ଜାତୀୟ କଂଗ୍ରେସ ବରଦାସ୍ତ କରିନାହିଁ ବୋଲି ମତପ୍ରକାଶ କରିଛନ୍ତି ଯୁବନେତା ମନୋଜ ବିଶ୍ୱାଳ। ଯଦି ଇନ୍ଧନ ଗ୍ୟାସ, ଚାଷୀ ମାନଙ୍କ ଧାନ ସୁରୁଖୁରୁରେ କିଣାଯାଉ,ଭାରତ ସରକାରଙ୍କ ନାବିକ ପ୍ରଶିକ୍ଷଣ ଶିବିର ଆଦାନୀ କମ୍ପାନୀ ହାତକୁ ଟେକି ବା ପ୍ରୀତି ଯଥାଶୀଘ୍ର ପ୍ରତ୍ୟାହାର କରନ୍ତୁ ଯଦି ନ କରନ୍ତି ତାହାହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଜାତୀୟ କଂଗ୍ରେସ ମତପ୍ରକାଶ କରିଛି। ଏଥି ସହିତ ଚାନ୍ଦବାଲି ବ୍ଲକ କଂଗ୍ରେସ ର ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ବରିଷ୍ଠ ନେତା ରମେଶ ନାୟକ, ସୁରେନ୍ଦ୍ର ମହାନ୍ତି, ପୂର୍ବତନ ଏନ ଏସି ସଭାପତି ବଦ୍ରିନାଥ ନାୟକ, ଓଡ଼ିଶା ଛାତ୍ର କଂଗ୍ରେସ ଉପସଭାପତି ଆଶିଷ ମାହୁନ୍ତ, ବ୍ଲକ ଉପସଭାପତି ରାଜେଶ ସ୍ୱାଇଁ, ସୁବାସ ତ୍ରିପାଠୀ,ଶ୍ରୀବାଶ ଦାସ,ଅଶୃମୋଚନ ନାୟକ, ଯଶିପୁର ଗ୍ରାମ ପଂଚାୟତ ର ସରପଂଚ ପ୍ରମିଳା ମାଝୀ,ଶିତାଶୁଂ ନାୟକ,ଶରତ ଧଳ, ସୁବ୍ରତ ଦାସ,ନିମାଇ ଦାସ, ଶୁକାନ୍ତ ଦାସ, ଶିବାନନ୍ଦ ପାଢ଼ୀ,ମାନସ ଦାସ,ଅଜିତ ବଳ, ରାଜେନ୍ଦ୍ର ଭୋଳ, ପ୍ରତାପ ସାମଲ, ସଞ୍ଜୀବ ଲୋଚନ ନାୟକ, ପ୍ରଫୁଲ୍ଲ ନାୟକ, ସୁରେଶ ନାୟକ, ରାଧାକାନ୍ତ ପାଢ଼ୀ,ଅଭୟ ସାମଲ,ତାପସ ରାଉତ ଙ୍କ ସମେତ ଶତାଧିକ କର୍ମୀ ମାନେ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୁଶପୁତଳିକା ଦାହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.