Home ଜିଲ୍ଲା ପରିକ୍ରମା ଭଦ୍ରକରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ଭଦ୍ରକରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

2

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକଙ୍କ ନର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା ନ୍ୟାୟାଳୟ, ନଳାଙ୍ଗ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ କୁମାର ରାଜଗୁରୁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣର ଭାରାପ୍ରାପ୍ତ ସଚିବ ଶିବାନୀ ଏହି ଲୋକ ଅଦାଳତକୁ ପରିଚାଳନା କରିଥିଲେ। ମୋଟ ୧୯୪୩୦୩୮୬ ଟଙ୍କାରେ ୧୦୫୦ ଟି ମୋକଦ୍ଦମାର ଆପୋଷ ସମାଧାନ ହୋଇଥିଲା। ସେଗୁଡ଼ିକ ମଧ୍ୟରେ ବିଭିନ୍ନ ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବୁନାଲର ବିଚାରାଧୀନ ଥିବା ୧୯ଟି ମାମଲାର ୧୪୪୩୦୦୦୦ ଟଙ୍କାରେ ୪୭ ଟି ଚେକ ବାଉନ୍ସ ପୁନଃରୁଦ୍ଧାର ମାମଲା ୫୦୦୦୩୮୬ ଟଙ୍କାରେ, ୧୭ଟି ବୈବାହିକ ବିବାଦ, ୫୬୮ ଟି ରାଜସ୍ୱ ମୋକଦ୍ଦମା, ୬୩ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ୍ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୨୨୦ ଟି ବ୍ୟାଙ୍କ ଋଣ ମାମଲା ୬୪୬୬୫୪୧ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନ ବିଲ ସମ୍ବନ୍ଧୀୟ ୧୮ଟି ମାମଲା ୨୬୬୭୮ ଟଙ୍କାରେ, ବିଦ୍ୟୁତ୍ ବିଭାଗର ୫୯୦ ଟି ମାମଲା ୯୮୮୯୭ ଟଙ୍କାରେ, ୩୦ଟି ବକେୟା ଟ୍ରାଫିକ ଚାଲାଣ ୧୪୦୩୮୦ ଟଙ୍କା ରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.