Home ଜିଲ୍ଲା ପରିକ୍ରମା ବରିଷ୍ଠ କମ୍ୟୁନିଷ୍ଟ ନେତା ସନାତନ ଦାସଙ୍କ ପରଲୋକ

ବରିଷ୍ଠ କମ୍ୟୁନିଷ୍ଟ ନେତା ସନାତନ ଦାସଙ୍କ ପରଲୋକ

8

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଦୌଲତପୁର ଗ୍ରାମର ବରିଷ୍ଠ କମ୍ୟୁନିଷ୍ଟ ନେତା ସନାତନ ଦାସଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।ସ୍ୱର୍ଗତ ଦାସ ଚାଷୀ, ଭାଗଚାଷୀ ଓ ଶ୍ରମଜୀବି ମଣିଷଙ୍କ ନ୍ୟାଯ୍ୟ ଦାବି ଓ ଅଧିକାର ପାଇଁ ଲଢେଇ କରି ଆସିଥିଲେ। ତାଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି , ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀମାନେ ତାଙ୍କ ଶବାଧାରରେ ସାମିଲ ହୋଇ ପୁଷ୍ପ ଅର୍ପଣ କରିଥିଲେ । ପରେ ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ସିପିଆଇ ଭଦ୍ରକ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇ(ଏମ) ଭଦ୍ରକ ଜିଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇର ବରିଷ୍ଠ ନେତା ସନ୍ଥ ଚରଣ ବିଶ୍ୱାଳ, ରମେଶ ଜେନା, ଗୌରହରି ମିଶ୍ର, ଭାଗିରଥି ରାଉତ, ନାରାୟଣ ତ୍ରିପାଠୀ, ରବିନ୍ଦ୍ର ବାରିକ୍ ପ୍ରମୁଖ ସାମିଲ ହୋଇ ବର୍ଷିଆନ କମ୍ୟୁନିଷ୍ଟ ନେତା ସନାତନ ଦାସଙ୍କ ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଶେଷରେ ବଡ଼ପୁଅ କାଶୀନାଥ ଦାସ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.