Home ଜିଲ୍ଲା ପରିକ୍ରମା ଗ୍ୟାସ ଯୋଗାଣ ସ୍ୱାଭାବିକ୍ କର- କଂଗ୍ରେସ, କୁତ୍ରିମ ଅଭାବ ଓ କଳାବଜାରୀ ରୋକିବାକୁ ଜିଲ୍ଲା କଂଗ୍ରେସର...

ଗ୍ୟାସ ଯୋଗାଣ ସ୍ୱାଭାବିକ୍ କର- କଂଗ୍ରେସ, କୁତ୍ରିମ ଅଭାବ ଓ କଳାବଜାରୀ ରୋକିବାକୁ ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କୁ ଦାବିପତ୍ର

6

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଧ୍ୟ ପ୍ରଚ୍ୟରେ ଇରାନ- ଆମେରସିକା, ଇସ୍ରାଏଲ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱରେ ତୈଳ ସଂକଟ ଦେଖାଦେଇଛି। ବିଶେଷକରି ରନ୍ଧନ ଗ୍ୟାସ କ୍ଷେତ୍ରରେ ଗୁରୁତର ସମସ୍ୟା ଦେଖିବାକୁ ମିଳୁଛି। ଭାରତ ସରକାର ସ୍ପଷ୍ଟ କରିଛନ୍ତି ଦେଶରେ ଏଲପିିଜି ଓ ପେଟ୍ରୋଲ ଜାତୀୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। ତେଣୁ ଚିନ୍ତାର କାରଣ ନାହିଁ। କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ଏବେ ଠାରୁ ତୈଳ ସଂକଟ ଦେଖାଦେଲାଣି। ରୋଷେଇ ଓ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର କ୍ଷେତ୍ରରେ ୬୦ ଟଙ୍କା ବୃଦ୍ଧି ଘଟି ସାରିଛି। ଯୁଦ୍ଧ ଆଳରେ ବିଭିନ୍ନ ଗ୍ୟାସ ଏଜେନ୍ସି କଳାବଜାରୀ ଆରମ୍ଭ କରି ଦେବା ସହ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଏକ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଗ୍ୟାସ ଯୋଗାଣ ସ୍ୱାଭାବିକ କରିବାକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି କରିବା ସହ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଜିଲ୍ଲା କଂଗ୍ରେସ କମିଟି ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମହାନ୍ତି କହିଛନ୍ତିଯେ; ଏବେ ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ବିଶ୍ୱ ତୈଳ ବଜାରରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ରନ୍ଧନ ଗ୍ୟାସ ବା ଏଲପିଜି ଯୋଗାଣ କମିଛି। ଉପା ସରକାର ସମୟରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୩୭ ଟଙ୍କା ଥିବାବେଳେ ଏବେ ଏହା ୯୫୦ ଟଙ୍କାରେ ପହଂଚିଛି। ଗ୍ୟାସ ସିଲିଣ୍ଡର ବୁକିଂ ଅବଧିକୁ ୧୫ ଦିନରୁ ସରକାର ୨୫ଦିନକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ହେଟେଲ ଶିଳ୍ପ ଓ ବିଭିନ୍ନ କ୍ଷେତ୍ରରେ ପୁଂଜି ନିବେଶକାରୀ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଇତିମଧ୍ୟରେ ଗ୍ୟାସକୁ ବିପୁଳ ପରିମାଣରେ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରିବାପରି ଘଟଣା ନଜରକୁ ଆସୁଛି। ଯାହାକି ଏଲପିଜି ବ୍ୟବହାରକାରୀଙ୍କୁ ଚିନ୍ତାଗ୍ରସ୍ତ କରିଛି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଗ୍ୟାସ ଯୋଗାଣକୁ ଉପଯୁକ୍ତ ଭାବେ ପରିଚାଳନା କରିବାକୁ କଂଗ୍ରେସ ଦାବି କରିଛି। ସେହିପରି କଳାବଜାରୀଙ୍କ ବିରୋଧରେ ଭିଜିଲାନ୍ସ ମନିଟରିଂ, କୃତ୍ରିମ ଅଭାବ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଗ୍ୟାସ ବ୍ୟବହାରକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଦୂର କରିବା, ଫୁଡ ଭେଣ୍ଡର, ଛୋଟଛୋଟ ହେଟେଲକୁ ଗ୍ୟାସ ଯୋଗାଣ ସ୍ୱାଭାବିକ କରି ଲକ୍ଷଲକ୍ଷ ଲୋକଙ୍କ ଜୀବିକାକୁ ସୁରକ୍ଷିତ ରଖିବା, ନିୟମିତ ଭାବେ ଗ୍ୟାସ ଯୋଗାଣ ପ୍ରକ୍ରିୟା ଉପରେ ଉଭୟ ପ୍ରଶାସନ ଓ ଯୋଗାଣ ବିଭାଗ ସ୍ୱତନ୍ତ୍ର ଟିମ ଜରିଆରେ ନଜର ରଖିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଯଦି ତ୍ୱରିତ ପଦକ୍ଷେପ ପ୍ରଶାସନ ପକ୍ଷରୁ ଗ୍ରହଣ କରାନଯାଏ ତେବେ ପରିସ୍ଥିତି ଅଣାୟତ ହେବାର ଆଶଙ୍କା ରହିଛି। ତେଣୁ ଗ୍ରାହକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ଆଜି ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଉପସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ଅଭିଷେକ ରାଉତ, ଜ୍ୟୋତ୍ସ୍ନାରାଣୀ ପତି, ରାଜ୍ୟ ଦଳିତ ସେଲ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଯେନା, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ବାରିକ, ଚାନ୍ଦବାଲି ବ୍ଲକ ସଭାପତି ଶୁଭାଶିଶ ମଲ୍ଲିକ, ଧାମନଗର ବ୍ଳକ ସଭାପତି ରମେଶ ବେହେରା, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା, ସ୍ୱାସ୍ଥିକା ପଣ୍ଡା, ଜନକୀ ମଲ୍ଲିକ, ଧରିତ୍ରୀ ଜେନା, ପ୍ରମିଳା ମଲ୍ଲିକ, ଯୁବନେତା ବଳରାମ ରାଉତ, ବିଦ୍ୟାଧର ଯେନା, ଆଲୋକ କୁମାର ଦାସ, ସଂଜୟ ମିଶ୍ର, ହରିହର ମଣ୍ଡଳ, ସର୍ବେଶ୍ୱର ବେହେରା, ହାଡ଼ିବନ୍ଧୁ ବିଶ୍ୱାଳ, ମନୋଜ ମଲ୍ଲିକ, ଗଣେଶ ମଲ୍ଲିକ, ଶିବାନନ୍ଦ ପାଢ଼ୀ, ଦିନବନ୍ଧୁ ଦାସ, ନିମାଇଁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.