Home ଜିଲ୍ଲା ପରିକ୍ରମା ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

2

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଂଚାୟତ ଅଧିନ ଦୋହରା ସାହି ଶ୍ରୀ ସତ୍ୟ ସାଇ ସେବା ସମିତି ସେବା ଗ୍ରୁପର କର୍ମୀମାନଙ୍କ ଦ୍ୱାରା ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ପ୍ରେମ ସଂଜୀବନୀ ଗୁରୁବାର ଦୋହରାସାହିସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ମୋଟ ୩୭ୟୁନିଟ ରକ୍ତ ଭଦ୍ରକ ବ୍ଲଡ଼ବ୍ୟାଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା ଭଦ୍ରକ ବ୍ଲଡ଼ବ୍ୟାଙ୍କ କର୍ମଚାରୀ ଲିଲିମା ସ୍ୱାଇଁ, ତରଣୀ ସେନ ଜେନା, ବଳରାମ ପୁହାଣ ଓ ସେକ ବୁଦ୍ଧିଆ ରକ୍ତଦାତା ମାନଙ୍କର ରକ୍ତ ନମୁନା ଓ ରକ୍ତ ସଂଗ୍ରହ କରିଥିଲେ । ଭଦ୍ରକ ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ସମ୍ପାଦକ ପାର୍ଥସାରଥୀ ନାୟକ, ତିହିଡି ସମିତିର ଆବାହକ ସଞ୍ଜୟ ମହାପାତ୍ର,ଦୋହରାସାହି ସେବା ଗ୍ରୁପ ଆବାହକ, ଲଷ୍ମୀଧର ବାରିକ, ରମାକାନ୍ତ ନାଥ, ହିମାଂଶୁ ନାୟକ, ମନୋଜ ଦାସ, ଜଗବନ୍ଧୁ ମାଝୀ, ଶଶୀକାନ୍ତ ବେହେରା, ପ୍ରଦୀପ ବାରିକ ଶରତ ବେହେରା, ମୁରଲୀ ମାଝୀ, କୁଳମଣି ବାରିକ, ଚନ୍ଦନ ମାଝୀ, ଅନାଦି ବେହେରା, ଅର୍ଚ୍ଚନା ବାରିକ, ମନ୍ଦାକିନୀ କବି ପ୍ରମୁଖ ଉକ୍ତ ରକ୍ତଦାନ ଶିବିରରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.