Home ଜିଲ୍ଲା ପରିକ୍ରମା ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ମଧ୍ୟ ସେମିତି ଅଛି ବନ୍ଧୁତାର ସ୍ନେହ ଓ ଭଲପାଇବା

ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ମଧ୍ୟ ସେମିତି ଅଛି ବନ୍ଧୁତାର ସ୍ନେହ ଓ ଭଲପାଇବା

12

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନରେ ଥିବା ଇନ୍ଦ୍ରମଣି ଉଚ୍ଚ ବିଦ୍ୟାଳୟର ୨୦୦୬ ମସିହା ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏକ ନିଆରା ଅନୁଭୂତି ଦେଖିବାକୁ ମିଳିଥିଲା।ଦୀର୍ଘ କୋଡ଼ିଏ ବର୍ଷର ବ୍ୟବଧାନ ପରେ ମଧ୍ୟ ସ୍କୁଲ ସମୟର ଥିବା ସମାନ ସ୍ନେହ ଓ ଭଲପାଇବା ସମସ୍ତଙ୍କ ଭିତରେ ଆଜିବି ଭରିରହିଛି।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମଟି ଉକ୍ତ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଏକ ଅଭୁଲା ସ୍ମୃତି ହୋଇ ରହିବ ଯେଉଁଥିରେ ପୁରୁଣା ଦିନର ସ୍ମୃତି ଗୁଡ଼ିକ ଉଡଦଜିବିତ କରିଛି ବୋଲି ଉପସ୍ଥିତ ବନ୍ଧୁ ମାନେ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ୨୦୦୬ ବ୍ୟାଚର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଦମୟନ୍ତି ସାହୁ,ଭାରତୀଲତା ସାହୁ, ଶିଖା ଦାସ,ରିତାରାଣୀ ଯେନା,ସୁଭସ୍ମିତା ଦାସ,ଦୀପାଞ୍ଜଳି ସାହୁ,ରଶ୍ମିତା ସାହୁ,ରିତାଞ୍ଜଳି ସ୍ୱାଇଁ,ଦୀନବନ୍ଧୁ ରାଉତ,ତନ୍ମୟ ବେହେରା,ଦେବେନ୍ଦ୍ର ଯେନା,ଦେବେନ ଦାସ,ସୋମନାଥ ଦେ,ଗଣେଷ ଯେନା,କାହ୍ନୁ ଚରଣ ଜେନା,ଗୌତମ ସାହୁ,ରଞ୍ଜିତ ସାମଲ,ଜଗନ୍ନାଥ ସାହୁ,ପ୍ରକାଶ ଦେ,ମନୋଜ ପାଲ,ମନୋଜ ସାହୁ,ଅମିତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ପ୍ରତିବର୍ଷ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି ବ୍ୟସ୍ତ ବହୁଳ ଜୀବନରୁ ବନ୍ଧୁ ପାଇଁ ଦିନଟିଏ ବାହାର କରି ପୁରୁଣା ସ୍ମୃତିକୁ ଉଦଜୀବିତ କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ଉପସ୍ଥିତ ସମସ୍ତ ବନ୍ଧୁମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.