Home ଜିଲ୍ଲା ପରିକ୍ରମା କାନ୍ତକବି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

କାନ୍ତକବି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

5

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଂଚାୟତର କାନ୍ତ କବି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ସାହୁଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବକୁ ଭଦ୍ରକ ବ୍ଲକ ଅଧକ୍ଷ୍ୟା ଉର୍ମିଳା ନାୟକ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଦ୍ୟୁତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ସୌମ୍ୟ ରଞ୍ଜନ ନାୟକ ଓ ମୁଖ୍ୟବକ୍ତା ଭାବେ ଓଷ୍ଟାର ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ମହାପାତ୍ର,ବଙ୍କ ବିହାରୀ ରାଉତ, ହରେକୃଷ୍ଣ ବାରିକ,ଶିକ୍ଷାବିତ ଭୀମ ଚରଣ ପରିଡା,ରମେଶ ଚନ୍ଦ୍ର ମାଝୀ,ଓଷ୍ଟା ସମ୍ପାଦକ ବୈକୁଣ୍ଠ ବିଶ୍ୱାଳ, ସିଆରସି ସି ଜୟନ୍ତ କୁମାର ଜେନା, ସାମ୍ବାଦିକ ନରେନ୍ଦ୍ର ସାମଲ ଯୋଗ ଦେଇଥିଲେ। ଯତୀନ୍ଦ୍ର କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ଶତପଥି,ନାରାୟଣ ସୁତାର,ହେମନ୍ତ ବାରିକ,, ଅଭିମନ୍ୟୁ ମିଶ୍ର ଓ ମନୋରମାମହାନ୍ତି ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଉମାକାନ୍ତ ମିଶ୍ର,ଧୀରେନ୍ଦ୍ର ଭଞ୍ଜ,ରଶ୍ମୀକାନ୍ତ ନାୟକ,ଗଙ୍ଗାଧର ଭଞ୍ଜ,ଚନ୍ଦ୍ରଶେଖର ପଣ୍ଡୁଆଁ,ହରେକୃଷ୍ଣ ବେହେରା ମଂଚ ପରିଚାଳନା ରେ ସହଯୋଗ କରିଥିବା ବେଳେ ସୀତାରାମ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.