Home ଜିଲ୍ଲା ପରିକ୍ରମା ବିଦ୍ୟାଳୟରେ ମଦ୍ୟପର ଉନ୍ମତ କାଣ୍ଡ,ଗେଟ ଭାଙ୍ଗିବା ଶହ ଛାତ୍ରଛାତ୍ରୀଙ୍କୁ ମାଡ ମାରି ପୋଲିସ ଦ୍ୱାରା ଅଟକ

ବିଦ୍ୟାଳୟରେ ମଦ୍ୟପର ଉନ୍ମତ କାଣ୍ଡ,ଗେଟ ଭାଙ୍ଗିବା ଶହ ଛାତ୍ରଛାତ୍ରୀଙ୍କୁ ମାଡ ମାରି ପୋଲିସ ଦ୍ୱାରା ଅଟକ

2

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଥାନା ସୋହଡ଼ା ପଂଚାୟତ କଂଟାପାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ପସି ଛାତ୍ର ଛାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ସ୍ଥାନୀୟ ଗ୍ରାମର ସନାତନ ସୁତାର ବୋଲି ଜଣାପଡିଛି।ପ୍ରକାଶ ଥାଉକି ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ଥିବାବେଳେ ସନାତନ ମଦ୍ୟପାନ କରି ସ୍କୁଲରେ ପହଂଚି ଶିକ୍ଷକଙ୍କୁ ଗାଳି ଗୁଲଜ କରି ଛୁଆମାନଙ୍କୁ ମାଡ ମାରି ଆକ୍ରମଣ କରିଥିଲା। ଏହି ଘଟଣାରେ ୫ ମ ଶ୍ରେଣି ର ତିନି ଜଣ ଛାତ୍ର ଜଗନଜିତ ଗାହାଣ, ପ୍ରୀୟତମ ପ୍ରକାଶ ଆଚାର୍ଯ୍ୟ ଓ ଶାନ୍ତନୁ ଶତପଥୀ କୁ ଆକ୍ରମଣ କରିଥିଲା। ଏଥିରେ ପିଲାଙ୍କର ଦେହରେ ମାଡ଼ ଚିହ୍ନ ଥିବା ସହ ଡ୍ରେସ୍ ଚିରିଯାଇଥିଲା। ଘଟଣା ସମୟରେ ସ୍ଥାନୀୟ ଯୁବକମାନେ ପହଂଚି ମଦ୍ୟପ ଯୁବକକୁ କାବୁ କରି ଧାମନଗର ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏଏସଆଇ ନରେନ୍ଦ୍ର ରାଉତ ପହଂଚି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଥାନାକୁ ନେଇ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.