Home ଜିଲ୍ଲା ପରିକ୍ରମା ବଦଳିଲେ ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ

ବଦଳିଲେ ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ

33

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କର ବଦଳି ହୋଇଛି। ତାଙ୍କ ସହ ଥାନାର ୨ ଅଧିକାରୀଙ୍କର ମଧ୍ୟ ବଦଳି ହୋଇଥିବା ଜଣାପଡିଛି। ତେବେ ଆଇଆଇସି ଶ୍ରୀ ଗ୍ରହାଚାର୍ଯ୍ୟଙ୍କୁ ଚୁଡାମଣି ମେରାଇନ ଥାନାକୁ ବଦଳି ହୋଇଥିବା ବେଳେ ବାସୁଦେବପୁର ଥାନାରୁ ଲୋପାମୁଦ୍ରା ନାୟକଙ୍କୁ ତିହିଡି ଥାନାରେ ନିଯୁକ୍ତି କରାଯାଇଛି। ସେହିପରି ତିହିଡି଼ ଥାନାରେ କାର୍ଯ୍ୟରତ ଏସଆଇ ଅସ୍ମିତା ପ୍ରଧାନ ଓ ଏଏସଆଇ ଲକ୍ଷ୍ମଣ ମାରାଣ୍ଡିଙ୍କୁ ବନ୍ତ ଥାନାକୁ ବଦଳି କରାଯାଇଛି । ଏସଆଇ ପ୍ରଧାନଙ୍କ ସ୍ଥାନରେ ଚାନ୍ଦବାଲି ଥାନା ଏସଆଇ ଦୀପ୍ତି ମଞ୍ଜରୀ ବଡ଼ଜେନାଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଏଏସଆଇ ମାରାଣ୍ଡିଙ୍କ ସ୍ଥାନରେ ଭଦ୍ରକ ପୁରୁଣା ବଜାର ଥାନାର ଏଏସଆଇ ସମରେନ୍ଦ୍ର ବାରିକଙ୍କୁ ନିଯୁକ୍ତ କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.