Home ଜିଲ୍ଲା ପରିକ୍ରମା ଭଦ୍ରକର ଗୌରବ ବୃଦ୍ଧି କଲେ ଲକ୍ସିତା

ଭଦ୍ରକର ଗୌରବ ବୃଦ୍ଧି କଲେ ଲକ୍ସିତା

2

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍‌ବିଡି ଇଂଟରନେସନାଲ ସ୍କୁଲ ଛାତ୍ରୀ ଲକ୍ସିତା ପଣ୍ଡା ୨୦୨୬ ସାଧାରଣତନ୍ତ୍ର ଦିବସରେ ଭାଗ ନେଇ ଦିଲ୍ଲୀ ରୁ ଭଦ୍ରକ ଫେରିଆସିଛନ୍ତି । ସମଗ୍ର ଓଡିଶା ର ୧୨୭ ଜଣ ଏନସିସି କେଡେଟ ୭୭ ତମ ସାଧାରଣତନ୍ତ୍ର ଦିବସରେ ଭାଗ ନେଇଥିବା ବେଳେ ଭଦ୍ରକ ର ରାକେଶ ପଣ୍ଡା ଓ ଅମ୍ରିତା ବିଶ୍ୱାଳ ପଣ୍ଡାଙ୍କ କନ୍ୟା ଲକ୍ସିତା ପଣ୍ଡା ଶ୍ରେଷ୍ଟ କେଡେଟ ଭାବରେ ପରୁସ୍କୃତ ହେଇଥିବାରୁ ସ୍କୁଲ ତଥା ଭଦ୍ରକ ର ଗୌରବ ବୃଦ୍ଧି କରିଛନ୍ତି । ଦିଲ୍ଲୀ ରେ ପ୍ରଧାନମନ୍ତ୍ରୀ ଙ୍କ ରାଲିରେ ଯୋଗଦେବା ସହିତ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ବାସ ଭବନରେ ସେମାନଙ୍କ ସହ ସାକ୍ଷାତ କରିବା ସହ ଉତ୍ସାହିତ କରିଥିଲେ ରାଷ୍ଟ୍ରପତି। ଲକ୍ସିତା ଲେଖିଥିବା ଓଡିଶା ବିଷୟରେ ଗୀତ ସମସ୍ତ କେଡେଟ ମାନେ ଗାନ କରିଥିଲେ । ଲକ୍ସିତା ର ଏହି କାର୍ଯ୍ୟ କୁ ନେଇ ଓଡିଶା ର କଳିଙ୍ଗ ଷ୍ଟାଡିଅମ ରେ କମଣ୍ଡାର ବିକ୍ରମ ସିଂ ଓ କମଣ୍ଡାର କ୍ଲୋନେଲ ସତ୍ୟବ୍ରତା ସ୍ୱାଇଁ ସମ୍ବର୍ଦ୍ଧନା କରିଥିଲେ । ଲକ୍ସିତାର ଏହି କାର୍ଯ୍ୟକୁ ଭଦ୍ରକର ଜନସାଧାରଣ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.