ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ସଂଗୀତ ନାଟକ ଏକାଡେମୀ ଓଡିଶା ମିଳିତ ସହଯୋଗ ରେ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ଭଦ୍ରକ ର ଦ୍ୱାବିଂଶ ତମ ଚାରି ଦିବାସୀୟ ନାଟ୍ୟ ମହୋତ୍ସବ ୨୦୨୬ ଉଦ୍ଘାଟନ ହୋଇଯାଇଛି। ଭଦ୍ରକ ର ଅଗ୍ରଣୀ ନାଟ୍ୟ ଅଂନୁଷ୍ଠାନ ନଟରାଜ ତାର ବାର୍ଷିକ ଉତ୍ସବ ତଥା ନାଟ୍ୟ ମହୋତ୍ସବ ଭଦ୍ରକ ସହୀଦ ସ୍ମୃତି ଭବନ ରେ ଉଦ୍ଘାଟନ ହୋଇଯାଇଛି। ନାଟ୍ୟକାର ଡ଼ ସୁଧାଂଶୁ ନାୟକ ମଂଚକୁ ସଭାପତିତ୍ୱ କରିଥିଲେ। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ଶ୍ରୀ ରାଉତ କଳା ପ୍ରେମୀ ହୋଇଥିବାରୁ ନାଟକ କୁ ନିଜେ ବସି ଉପଭୋଗ କରିଥିଲେ । ଶ୍ରୀ ରାଉତ ନିଜ ବକ୍ତବ୍ୟ ରେ କହୁଥିଲେ ତାଙ୍କ ବାପା ଜଣେ ନାଟ୍ୟ ନିର୍ଦେଶକ । ତେଣୁ ତାଙ୍କର କଳା ପ୍ରତି ଅନେକ ରୁଚି ରହିଛି। ଆଜିର ସମୟରେ ନାଟକ ପ୍ରତି ରୁଚି ରଖୁଥିବା ସମସ୍ତ ଦର୍ଶକ ମାନଙ୍କୁ ସାଧୁବାଦ ଜଣାଇଥିଲେ। ନଟରାଜ ଅଂନୁଷ୍ଠାନ ର ସଭାପତି ଡ଼ ସୁଧାଂଶୁ ନାୟକ ନାଟକ ବାବଦରେ ଦର୍ଶକ ମାନଙ୍କୁ ସୂଚନା ଦେଇଥିଲେ ଜଣେ ରାଜା କିପରି ଆତ୍ମ ଗର୍ବୀ, ସ୍ୱେଛାଚାରି, ସେହିଁ ଶ୍ରେଷ୍ଠ, ତାର ବଚନ ହିଁ ଶ୍ରେଷ୍ଠ ବୋଲି ଭାବୁଥିବା ରାଜା, ରାଜ ମହଲ ରେ ଜ୍ଞାନୀ ଗୁଣି ମାନେ କିପରି ରାଜାଙ୍କ ଅତ୍ୟାଚାର ରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଥିଲେ। ଦେବୀଙ୍କ ସ୍ପର୍ଶ ରେ କିପରି ଓଟରୁ ମାନବ ହେଲେ ଏହାରି ଉପରେ ନାଟକ ପରିବେଷଣ ହୋଇଥିଲା ନାଟକଟି କୁ ପ୍ରସିଦ୍ଧ ଲେଖକ ବିଜୟ ମିଶ୍ର ଲେଖିଥିଲା ବେଳେ ଲଲାଟେନ୍ଦୁ ମହାନ୍ତି ନିର୍ଦେଶନା ଦେଇଥିଲେ। ଚାରି ଦିନ ବ୍ୟାପି ହେବାକୁ ଥିବା ନାଟକ ପ୍ରଥମ ଦିନରେ ଭଦ୍ରକ ର ନାଟକ ଜଣେ ରାଜା ଥିଲେ କୁ ଦର୍ଶକ ମାନେ ଖୁବ ପ୍ରଶଂସା କରିଥିଲେ। ନାଟ୍ୟ ଅଂନୁଷ୍ଠାନ ତରଫରୁ ଦୁଇ ନାଟ୍ୟକାର ବିଜୟ ବିଜୟ ଦାସ ଓ ବାଦଲ ଶିକଦାର ଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅଭିନୟରେ ଶିବ ପ୍ରସାଦ ମହାନ୍ତି, ଦେବବ୍ରତ ମହାନ୍ତି, ନିର୍ମଳ ପରିଡା, ମନୋଜ ମିଶ୍ର,ବୃନ୍ଦାବନ ସାହୁ, ଶୁଭେନ୍ଦୁ ବେହେରା, ଭବେଶ ସାହୁ, ପ୍ରଦୀପ ବାରିକ, କିରଣ ପଣ୍ଡା, ସୁମତି ପଣ୍ଡା,ସନିଆ ସା, ସନ୍ତୋଷ କର, ଉମେଶ ସାହୁ ମଂଚ ପରିଚାଳନାରେ କମଳ ଲୋଚନ ପଣ୍ଡା, କାଳନ୍ଦୀ ମଲ୍ଲିକ ସହଯୋଗ କରିଥିଲେ। ସାଉଣ୍ଡ ଲାଇଟରେ କଟକର କୁମାର ସାଉଣ୍ଡ ଓ ରୂପସଜ୍ଜାରେ ସନାତନ ଜେନା ସହଯୋଗ କରିଥିଲେ।







