Home ଜିଲ୍ଲା ପରିକ୍ରମା ହଜରତ ଜୁମ୍ମନ୍ ଜନ୍ନତି ଶାହା ବାବା (ର.ଅ)ଙ୍କ ପବିତ୍ର ବାର୍ଷିକ ଉର୍ସ ଉତ୍ସବ

ହଜରତ ଜୁମ୍ମନ୍ ଜନ୍ନତି ଶାହା ବାବା (ର.ଅ)ଙ୍କ ପବିତ୍ର ବାର୍ଷିକ ଉର୍ସ ଉତ୍ସବ

3

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୧୪, ନଙ୍ଘା ମହଲାର ପବିତ୍ର ଭୂମିରେ ଅବସ୍ଥିତ ହଜରତ ଜୁମ୍ମନ୍ ଜନ୍ନତି ଶାହା ବାବା (ର.ଅ)ଙ୍କ ପବିତ୍ର ବାର୍ଷିକ ଉର୍ସ ଉତ୍ସବ ଅପାର ଆସ୍ଥା, ଶ୍ରଦ୍ଧା ଓ ସମ୍ମାନର ସହିତ ଶାନ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାନ୍ ଅବସରରେ ବାବାଙ୍କ ପବିତ୍ର ଦରଗାହରେ ଚାଦର ଚଢ଼ାଇ ସମଗ୍ର ଭଦ୍ରକବାସୀଙ୍କ ସୁଖ, ଶାନ୍ତି, ସୌହାର୍ଦ୍ଦ୍ୟ ଓ ସମୃଦ୍ଧି ପାଇଁ ହୃଦୟରୁ ଦୁଆ କରାଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରାଦ୍ଧ୍ୟକ୍ଷା ଗୁଲମକ୍କି ହବିବ, ପାରିଷଦ ନାସିର ଅଲ୍ଲୀ ଖାନ, ବରିଷ୍ଠ ନେତା ଆୟୁବ ଖାନ, ମେହେବୁବ ଖାନ, ଯୁବନେତା ଶ୍ରୀ ବିକାଶ ଶ୍ରେଷ୍ଠା, ନାସିରୁଦ୍ଧିନ ଖାନଙ୍କ ସହ ଅନେକ ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ରହି ଉତ୍ସବକୁ ଆହୁରି ଗରିମାମୟ କରିଥିଲେ। ବାବାଙ୍କ ଅସୀମ କୃପାରେ ଭଦ୍ରକ ସଦା ସୁଖ, ଶାନ୍ତି, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଏକତାର ପଥରେ ଆଗେଇଯାଉ ଏହି ହେଉ ଆମ ସମସ୍ତଙ୍କର ଆନ୍ତରିକ ପ୍ରାର୍ଥନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.