Home ଜିଲ୍ଲା ପରିକ୍ରମା ଜନ୍ମଦିନରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫଳ ବାଂଟିଲେ କବୟିତ୍ରୀ ନିରୁପମା

ଜନ୍ମଦିନରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫଳ ବାଂଟିଲେ କବୟିତ୍ରୀ ନିରୁପମା

2

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବିନତରା ଗ୍ରାମର କବୟିତ୍ରୀ, ସମାଜସେବୀକା ନିରୁପମା ପାଣି ନିଜ ଜନ୍ମଦିନ ରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଂଟନ କରିବା ସହିତ ସମସ୍ତ ରୋଗୀ ମାନେ ଅତି ଶିଘ୍ର ଆରୋଗ୍ୟ ହୋଇ ଘରକୁ ଫେରନ୍ତୁ ବୋଲି ମଙ୍ଗଳ କାମନା କରିଛନ୍ତି। ନିରୁପମା ପାଣି ଙ୍କ ୫୪ ତମ ଶୁଭ ଜନ୍ମତିଥି ଅବସରରେ ଏକ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ କରିଛନ୍ତି। କବୟିତ୍ରୀ ନିରୁପମା ପାଣିଙ୍କ ଏହି ପଦକ୍ଷେପକୁ ସମସ୍ତ ମହଲ ରୁ ପ୍ରଶଂସା ର ସୁଅ ଛୁଟିଛି। ଏହି ଭଳି ମହତ କାର୍ଯ୍ୟ ପାଇଁ କବିତ୍ରୀ ନିରୁପମା ପାଣିଙ୍କୁ ବିଭିନ୍ନ ମହଳରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। କବୟିତ୍ରୀ ନିରୁପମା ପାଣି ଙ୍କର ଏହିଭଳି ଉଚ୍ଚ କୋଟିର ସାମାଜିକ ମନୋଭାବ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହି ଅବସରରେ ତାଙ୍କ ପୁତ୍ର ପ୍ରଶାନ୍ତ ପାଣି, ସମାଜସେବୀ ତଥା ଯୁବ ନେତା ବିରେନ ସାହୁ ଉପସ୍ଥିତ ରହି ନିରୁପମା ଙ୍କୁ ଉକ୍ତ କାର୍ଯ୍ୟକ୍ରମ ରେ ସାହାଯ୍ୟର ହାତ ବଢ଼ାଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.