Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ପୁଣି କଙ୍ଗାରୁ କୋର୍ଟ,ବାଙ୍ଗଲାଦେଶୀ ସନ୍ଦେହରେ ମାନସିକ ବିକାରଗ୍ରସ୍ଥ ନାବାଳକକୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ

ଚାନ୍ଦବାଲିରେ ପୁଣି କଙ୍ଗାରୁ କୋର୍ଟ,ବାଙ୍ଗଲାଦେଶୀ ସନ୍ଦେହରେ ମାନସିକ ବିକାରଗ୍ରସ୍ଥ ନାବାଳକକୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ

6

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣି ଚାନ୍ଦବାଲି ବ୍ଳକର ବାଂଶଡା ଥାନା ଅଂଚଳରେ କାଙ୍ଗାରୁ କୋର୍ଟ । ଚୋରା ମଦ ବିକ୍ରିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଝିଅର ନିର୍ଯ୍ୟାତନା ସହି ନପାରି ବାପାର ଆତ୍ମହତ୍ୟା ଘଟଣାର ମନରୁ ନ ଲିଭୁଣୁ , ବାଙ୍ଗଲାଦେଶୀ ସନ୍ଦେହରେ ଜଣେ ମାନସିକ ବିକାରଗ୍ରସ୍ଥ ନାବାଳକକୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମରିବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ସୂଚନା ମୁତାବକ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତି ପଂଚାୟତର ଅମୂଲ୍ୟ ସେଠୀଙ୍କ ନାବାଳକ ପୁଅ ସାର୍ଥକ ଜଣେ ମାନସିକ ବିକାରଗ୍ରସ୍ଥ ବାଳକ । ଦୁଇଦିନ ତଳେ ଘରୁ ନିଖୋଜ ହୋଇ ବାଟ ଭୂଲି ମଉସୁଧା ପଂଚାୟତର ହରିପୁର ଗ୍ରାମକୁ ଚାଲିଯାଇଥିଲା । ରାତ୍ରି ସମୟରେ ଗାଁ ଦାଣ୍ଡରେ ସାର୍ଥକ ବୁଲୁଥିବାର ଦେଖି ସନ୍ଦେହ ପ୍ରକଟ କରିଥିଲେ ଗ୍ରାମବାସୀ । ବାଙ୍ଗଲାଦେଶୀ ସନ୍ଦେହରେ ଗାଁ ଦାଣ୍ଡରେ ତାଙ୍କୁ ଇଲେକ୍ଟ୍ରି ଖୁଂଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ୧୧୨ ପୋଲିସ ସହାୟତା ଗାଡି ଘଟଣାସ୍ଥଳରେ ପହଂଚି ଉକ୍ତ ନାବାଳକକୁ ସେଠାରୁ ଉଦ୍ଧାର କରି ଅନ୍ୟତ୍ର ଛାଡି ଦେଇଥିଲା । ମାଡ଼ ଖାଇ ଲହୁଲୁହାଣ ହୋଇଥିବା ନାବାଳକକୁ ପୋଲିସ ଉଦ୍ଧାର କରି ଚିକିତ୍ସା ନ କରିବା ଓ କାହା ନାମରେ କେଶ ରୁଜ୍ଜୁ ନ କରିବାରୁ ପୋଲିସ ଭୂମିକାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ ସ୍ଥାନୀୟ ଲୋକେ । ଏ ସମ୍ବନ୍ଧରେ ବାଂଶଡା ପୋଲିସ ଉପରେ ଚାପ ପଡିବାରୁ ପୋଲିସ ଉକ୍ତ ନାବାଳକକୁ ପୁଣି ଖୋଜିଥିଲା । ତିହିଡି ବ୍ଲକ ପିରହାଟ ଅଂଚଳରୁ ଉକ୍ତ ନାବାଳକକୁ ଉଦ୍ଧାର କରି ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ଘଟଣାରେ ଚାନ୍ଦବାଲି ଏସ ଡି ପି ଓ ପ୍ରଭାସ ସାହୁଙ୍କ ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ମାତ୍ର ଏଥିରେ ସମ୍ପୃକ୍ତ କାହାକୁ ବି ଗିରଫ କରି ନ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.