ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନଗୁଁଆ ପଂଚାୟତ ବାଘମରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ଶିକ୍ଷାବିତ୍ ଗୟାଧର ସାମଲଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ ଦାସ ମୁଖ୍ୟ ଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ନାରାୟଣ ଚନ୍ଦ୍ର ସାହୁ, କଥାକାର ରଜତ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା, ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ବେହେରା, ସ୍ଥାନୀୟ ସରପଂଚ କାଂଚନବାଳା ପାତ୍ର, ସମାଜସେବୀ ସୀତାକାନ୍ତ ଜେନା, ସଭାନେତ୍ରୀ ଜୟସ୍ମିତା ଗୋଚ୍ଛାୟତ, ଶିଶୁ ସୁରକ୍ଷା ଆଇନ୍ ଅଧିକାରୀ ସୁବ୍ରତ ଦାସ, ପରିଚାଳନା ସଭାପତି ବିକ୍ରମ ମହାପାତ୍ର, ଭିକାରୀ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଶିଶୁମାନଙ୍କ ସହ ଅଭିଭାବକମାନେ ତତ୍ପର ହେବା ପାଇଁ ଆହ୍ୱାନ ଦେଇଥିଲେ। ବାର୍ଷିକ ବିବରଣୀ ପାଠ ତ୍ରିଲୋଚନ କୁଣ୍ଡୁ ପ୍ରଦାନ କରିଥିଲେ। ବିଦ୍ୟାଳୟ ଟ୍ରଷ୍ଟ ପକ୍ଷରୁ ଜେଜେ ମା ପ୍ରଭାତୀ ପାଗଳ କୃଷ୍ଣ ଚନ୍ଦ୍ର ଦାସ ଓ ସମାଜସେବୀ ସୀତାକାନ୍ତ ଜେନାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶୈଖିକ ଓ ସହ ଶୈଖିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମା’ ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ନିର୍ଦେଶକ ଉମାକାନ୍ତ ସାହୁ ଅତିଥି ପରିଚୟ ମଂଚ ଆହ୍ୱାନ ଓ ସଂପାଦକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରଞ୍ଜିତା ସାମଲ, ଗୁରୁମା ସୁଜାତା ମହାପାତ୍ର, ସୌଦାମିନୀ ଦାସ, ସୁମତି ପାଲ୍, ପୂର୍ଣ୍ଣିମା ବେହେରା, ପ୍ରତିମା ସେଠୀ, ପ୍ରଭାତୀ ନାଥ, ରଶ୍ନା ରାଣୀ ଦାସ, ସୁମିତ୍ରା ଦାସ, ଲକ୍ଷ୍ମୀ ପ୍ରିୟା ମାଠିଆ, ଲକ୍ଷ୍ମୀ ପ୍ରିୟା ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।








