Home ଜିଲ୍ଲା ପରିକ୍ରମା ସାରାଦୁନିଆ କ୍ରିକେଟ ଆସୋସିଏସନ ଟୁର୍ଣ୍ଣାମେଂଟର ଶୁଭ ଉଦଘାଟନ

ସାରାଦୁନିଆ କ୍ରିକେଟ ଆସୋସିଏସନ ଟୁର୍ଣ୍ଣାମେଂଟର ଶୁଭ ଉଦଘାଟନ

2

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବାଣିତିଆ ଗ୍ରାମ ପଂଚାୟତ ଅନ୍ତର୍ଗତ କୁଢିଆମାଳ ଗ୍ରାମ ଠାରେ“ସାରାଦୁନିଆ ୟୁଥ୍ କ୍ଲବ୍‌” ର ଆନୁକୁଲ୍ୟରେ ଆୟୋଜିତ “ସାରାଦୁନିଆ କ୍ରିକେଟ ଆସୋସିଏସନ” ଟୁର୍ଣ୍ଣାମେଂଟର ଶୁଭ ଉଦଘାଟନ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମହୋଦୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଟ୍ରଫିର ଶୁଭ ଉନ୍ମୋଚନ ସହ ରିବନ କାଟି ଟୁର୍ଣ୍ଣାମେଂଟର ଶୁଭାରମ୍ଭ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଖେଳ କେବଳ ଜିତ-ହାର ନୁହେଁ, ଏହା ଶିଷ୍ଟାଚାର, ଶୃଙ୍ଖଳା ଓ ଯୁବମାନସକୁ ସଠିକ୍ ଦିଗରେ ଆଗେଇ ନେବାର ଏକ ଶକ୍ତିଶାଳୀ ମାଧ୍ୟମ ଅଟେ। ଏହାସହ ବିଜେଡ଼ି ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ବରିଷ୍ଠ ନେତା ରଘୁନାଥ ପଣ୍ଡା, ଯୁବନେତା ବିକାଶ ଶ୍ରେଷ୍ଠା, ବିଶିଷ୍ଟ ସମାଜସେବୀ ଦେବବ୍ରତ ତ୍ରିପାଠୀ, କାର୍ତିକ ଚନ୍ଦ୍ର ପଲେଇ, ଅନାଦି ଚରଣ ରାଉଳ, ଭବସିନ୍ଧୁ ପଣ୍ଡା, ରତ୍ନାକର ପଣ୍ଡିତ, ଶମ୍ଭୁନାଥ ପଣ୍ଡା, କୈଳାସ ବେହେରା, ସନାତନ ପଣ୍ଡା ଓ ଅନେକ କ୍ରିକେଟ ପ୍ରେମୀ ଉପସ୍ଥିତ ରହି ଆୟୋଜକ ଓ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ମୋଟ ୮ଟି ଦଳ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରୁଥିବାବେଳେ, ପ୍ରଥମ ଦିନର ଉଦଘାଟନୀ ମ୍ୟାଚ୍ କେଉଁଝର ସ୍ଥିତ ସୋସ କ୍ରିକେଟ ଟିମ ଓ ଭଦ୍ରକ ତଳାଙ୍ଗ କ୍ରିକେଟ ଟିମ ମଧ୍ୟରେ ଅତ୍ୟନ୍ତ ଉତ୍ସାହଜନକ ଭାବେ ଖେଳାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.