ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ଅଧ୍ୟକ୍ଷତାରେ ଆଜି ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଭଦ୍ରକ ବ୍ଲକ୍ କାର୍ଯ୍ୟାଳୟ ରେ ଆୟୋଜିତ ହୋଇଯାଇଛି। ଉକ୍ତ ଶୁଣାଣିରେ ସମୁଦାୟ ୧୫୮ଟି ଜନ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏହାମଧ୍ୟରୁ ୧୧୫ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଓ ୨୮ଟି ଗ୍ରାମ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିଲା। ସେହିପରି ୬ଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ଓ ରେଡ୍ କ୍ରସ୍ ସହାୟତା ପାଇଁ ୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଯୁକ୍ତ ଶୁଣାଣି ସମୟରେ ୩୪ଟି ଅଭିଯୋଗର ତତ୍କାଳ ନିଷ୍ପତି କରାଯାଇଥିଲା। ଶୁଣାଣି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ , ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ,ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଓ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ସମୟରେ ଆବଶ୍ୟକ ମାମଲାରେ ୮୪,୦୦୦/- ଟଙ୍କା ସହାୟତା ସ୍ଥଳେ ମଞ୍ଜୁରି କରାଯାଇଥିଲା।








