ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା କ୍ରିକେଟ ଆସୋସିଏସନ ଓ ଭଦ୍ରକ ଜିଲା କ୍ରିକେଟ ଆସୋସିଏସନର ମିଳିତ ସହଯୋଗରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତମପୁରସ୍ଥିତ ନେତାଜୀ ବ୍ଲକ ସ୍ତରୀୟ ଷ୍ଟାଡିୟମ ଠାରେ ରବିବାର ଠାରୁ ଆରମ୍ଭ ହୋଇଥିବା ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଟଂ (ବନ୍ତ କପ୍ -୨୦୨୬)ର ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମକୁ ହରାଇ ରାଇଜିଂ ଷ୍ଟୁଡେଟଂସ କଟକ ଚମ୍ପିୟନ ହୋଇଛି । ଟସ୍ ଜିତିି ରାଇଜିଂ ଷ୍ଟୁଡେଟଂସ କଟକ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୯୨ ରନ୍ କରିଥିଲା । ଦଳ ପକ୍ଷରୁ ବିକ୍ରମ ସାମଲ ୬୮ ଓ ଆନନ୍ଦ ଭରଦ୍ୱାଜ ୩୫ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ଇଷ୍ଟ କୋଷ୍ଟ ରେଲୱେର ବୋଲର ପ୍ରକାଶ ରେଡି ୩ ଓ ଧିରଜ କୁମାର ୨ ୱିକେଟ ନେଇଥିଲେ । ଜବାବରେ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୯ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ବି.ସାତ୍ୱିକ ୪୩ ଓ କେ.ପି ରାହୁଲ ୩୧ ରନ କରିଥିଲେ । ପ୍ରତିପକ୍ଷ ଦଳ ରାଇଜିଂ ଷ୍ଟୁଡେଟଂସର ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୩ ଓ ଆନନ୍ଦ ଭରଦ୍ୱାଜ ୨ ୱିକେଟ ନେଇଥିଲେ । ଫଳରେ ରାଇଜିଂ ଷ୍ଟୁଡେଟଂସ କଟକ ୧୩ ରନ୍ରେ ବିଜୟୀ ହୋଇ ଚଳିତ ବର୍ଷର ଟୁର୍ଣ୍ଣାମେଟଂରେ ଚମ୍ପିୟନ ହୋଇଥିଲା । ଆଜିର ଫାଇନାଲ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଅବକାରୀ ବିଭାଗର ସହକାରୀ କମିଶନର ବିଶ୍ୱନାଥ ଜେନା, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଚମ୍ପିୟନ ଓ ରନର୍ସ ଅଫ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ବିକ୍ରମ ସାମଲଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ବରିଷ୍ଠ ସଦସ୍ୟ ମାଧବାନନ୍ଦ ଦାସ, କେଦାରନାଥ ମହାନ୍ତି ପ୍ରଦାନ କରିଥିଲେ । ବି.ସାତ୍ୱିକଙ୍କୁ ମ୍ୟାନ୍ ଅଫ ଦି ସିରିଜ ପୁରସ୍କାର ବରିଷ୍ଠ ସଦସ୍ୟ ସପନ କୁମାର ମଜୁମଦାର, ପ୍ରଦ୍ୟୁମ୍ନ ସେଠୀ, କାହ୍ନା ନାୟକ ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍କୁ ଶାନ୍ତନୁ ରାଉତ, ଲଲାଟ କେଶରୀ ନନ୍ଦ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ସଞ୍ଜୟ କୁମାର ମଜୁମଦାର, ସୁଧାଂଶୁ ଶେଖର ମହାନ୍ତି, ସୁକାନ୍ତ କୁମାର ବେହେରା, ସ୍କୋରର ଭାବେ ଜ୍ୟୋତି ରଞ୍ଜନ ଜେନା, ଗୁରୁଦେବ ସେଠୀ, ଅବନି ମଲ୍ଲିକ ପୂର୍ଣ୍ଣେନ୍ଦୁ ଜେନା ଦାୟୀତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଟଂରେ ବ୍ରହ୍ମାନନ୍ଦ ପରିଡା, ବିପିନ ନାୟକ, ସରୋଜ ଖିଲାର, କାହ୍ନା ନାୟକ, ଆଶୁତୋଷ ନାୟକ, ସାଇ କଲ୍ୟାଣ ସାହୁ, ସାଇପ୍ରଦ ସାହୁ, ସାଇସତ୍ୟ ନାୟକ, ସାର୍ଥକ ବିଶ୍ୱାଳ, କୃପାସିନ୍ଧୁ ସେଠୀ, ରବିନ୍ଦ୍ର ସେଠୀ, ନବ କିଶୋର ଜେନା, ସନ୍ଦୀପ ଜେନା, ନିକି ମଇକାପ, ମଇଫୁଜ୍ ଖାନ୍ ପ୍ରମୁଖ ବିଭିନ୍ନ ଦାୟୀତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଟଂ କମିଟିର ସଭାପତି ସୁବାଷ ବିଶ୍ୱାଳ, ସମ୍ପାଦକ ଅରୁଣ କୁମାର ନାୟକ, କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ଶିଶିର ବିଶ୍ୱାଳ, ଲିପୁନ ବିଶ୍ୱାଳ, ଚିତରଞ୍ଜନ ନାୟକ, ରତ୍ନାକର ଜେନା, ଅନୁପ ନାୟକ, ଧନଞ୍ଜୟ ବିଶ୍ୱାଳ, ଉତମ ନାୟକ, ଆଶିଷ ଚକ୍ରବର୍ତୀ ସହଯୋଗ କରିଥିଲେ ।








