ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ରାଜ୍ୟରେ ଗାନ୍ଧୀ ପଥେ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଶନିବାର ଗାନ୍ଧିପଥେ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ତିହିଡି଼ ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ କାଳୀପଡ଼ିଆରେ ବ୍ଲକ କଂଗ୍ରସ ସଭାପତି ସରୋଜ କୁମାର ଦାସଙ୍କ ନେତୃତ୍ୱ ଓ ସଭାପତିତ୍ୱରେ ପଦଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ସକାଳେ ବ୍ଲକର ସାହାପୁର ପଂଚାୟତ ଅଧିନ ଚାରିବାଟିଆ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତିରେ କଂଗ୍ରେସର ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ । ସେଠାରୁ ସେମାନେ ଶୋଭାଯାତ୍ରାରେ ଆସି ପୀରହାଟ ବଜାରରେ ପହଂଚିବା ପରେ ୧୦କିମି ପଦଯାତ୍ରାରେ ଯାଇ ତିହିଡି଼ସ୍ଥିତ କାଳୀପଡ଼ିଆରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ଏଥିରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସା ମାର୍ଗରେ ସ୍ୱାଧୀନତା ଆଣିଥିଲେ। ସେହିପରି ଗାନ୍ଧିଜୀଙ୍କ ପଥକୁ ଅନୁସରଣ କରି ଜନସାଧାରଣ ଅହିଂସା ନୀତିରେ ସରକାରଙ୍କ ଠାରୁ ନିଜର ହକ ମାଗିବାକୁ ଜାଗ୍ରତ ହେବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟରେ ସରକାର ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛି।ଧାନର ଅଧିକ କଟନୀ ଛଟନୀ କରି ଚାଷୀମାନଙ୍କୁ ଶୋଷଣ କରୁଥିବାବେଳେ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ବିଜୁଳି ଛାଡ଼ ପ୍ରତିଶୃତି ପାଣିରଗାର ସଦୃଶ୍ୟ ବୋଲି କହିଥିଲେ।ଏହି ପ୍ରତିବାଦ ସଭାରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ, ଜିଲା ସଭାପତି ନଳିନୀ କାନ୍ତ ମହାନ୍ତି, ରାଷ୍ଟ୍ରୀୟ କଂଗ୍ରେସ ସଦସ୍ୟା ମଧୁମିତା ସେଠୀ, ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ରାଜ୍ୟ ମହିଳା ସେବାଦଳ ଅଧ୍ୟକ୍ଷା ଉଷାରାଣୀ ବେହେରା, ରାଜ୍ୟ ଯୁବ କଂଗ୍ରେସ ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି,ଯୁବନେତା ଆଶିଷ କୁମାର ମଲ୍ଲିକ,ମହିଳା ନେତ୍ରୀ ସୁଲୋଚନା ନାୟକ,ବରିଷ୍ଠ ନେତା ଅସିତ ପଟ୍ଟନାୟକ, ଅମୀୟ ମହାପାତ୍ର, ରଞ୍ଜନ ବେହେରା, ଦିଗମ୍ବର ଦାସ, ବିଦ୍ୟାଧର ଜେନା,ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଡବଲ ଇଞ୍ଜିନ ସରକାର ଲୋକମାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ପ୍ରତାରିତ କରୁଛିବୋଲି କହିଥିଲେ। ଏହି ଅବସରରେ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପାଢ଼ୀ, ପୂର୍ବତନ ସମିତିସଭ୍ୟ ରମେଶ ଦାସ ଏବଂ ପାର୍ଥ ସାରଥୀ ଦାସ ଅନ୍ୟଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ବରିଷ୍ଠ ନେତା ସଚିକାନ୍ତ ନାୟକ ଓ ସୌମେନ୍ଦ୍ର ପଣ୍ଡା ଅତିଥିମାନଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ କରିଥିଲେ। ସଭାରେ ଦିବ୍ୟସିଂ ବଳ,ନାରାୟଣ ଚନ୍ଦ୍ର ବାରିକ, ନରହରି ନାୟକ, ବସନ୍ତ ନାୟକ, ଗୋରାବାବୁ ସାହା, ଶ୍ୟାମସୁନ୍ଦର ପରିଡ଼ା, ଗଣେଶ ମଳିକ, ସୌମ୍ୟରଞ୍ଜନ ବାରିକ, ତ୍ରିଲୋଚନ ମହାଳିକ, ସୁରେଶ ମହାପାତ୍ର, ଭାସ୍କର ନାଥ, ଧୀରେନ୍ଦ୍ର ତ୍ରିପାଠୀ, ନବଘନ ସାହୁ, ଚନ୍ଦ୍ରକାନ୍ତ ବାରିକ, ମଧୁସୂଦନ ନାୟକ, ବେଣୁଧର ଦାସ ,କରୁଣାକର ମହାରଣା,ମୀନକେତନ ସେନାପତି,ରାଧାକାନ୍ତ ନାୟକ,ସୁରେନ୍ଦ୍ର ସାହୁ,ସୁରେଶ ମହାପାତ୍ର,ଉପେନ୍ଦ୍ର ବାରିକ,କୈଳାଶ ମାଝୀ, ନିତ୍ୟାନନ୍ଦ ପତି,ପଦ୍ମାବତୀ ଜେନା,ହରିହର ମଳିକ,ଚକ୍ରଧର ମଲ୍ଲିକ,ଅମରେନ୍ଦ୍ର ବେହେରା,ଦିଲ୍ଲୀପ ଡାଙ୍ଗୁଆ,ଦୀପକ ଦାସ ପ୍ରମୁଖଙ୍କ ସହିତ ବହୁ କଂଗ୍ରସ ନେତା ଓ କର୍ମୀ ଯୋଗଦେଇ ଥିଲେ କ୍ଷ ଯୁବନେତା ବିପିନ ବିହାରୀ ପତି, ସୌମ୍ୟଗୋପାଳ ନାୟକ, ବିଜୟ ନାୟକ, ମାଧବାନନ୍ଦ ନାୟକ,ବିକ୍ରମ ଜେନା,କୈଳାସ ପାତ୍ର, ସୁଧାଂଶୁ ଶେଖର ମାହୁନ୍ତ, ଶିବ ପ୍ରସାଦ ନାୟକ, କମଳାକାନ୍ତ ବେହେରା ,ନାରାୟଣ ଜେନା,ନୁନିଆ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Home ଜିଲ୍ଲା ପରିକ୍ରମା କଂଗ୍ରେସର ଗାନ୍ଧିପଥେ ଓଡିଶା କାର୍ଯ୍ୟକ୍ରମ, ତିହିଡିରେ ପଦଯାତ୍ରା ଓ ପ୍ରତିବାଦ ସଭା,ଅହିଂସା ନୀତିରେ ନିଜର ହକ...








