ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅବିଭକ୍ତ ବାଲେଶ୍ୱର ଜିଲ୍ଲା ବାହାନଗା ଗୋପାଳପୁର ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଏଭଳି ଏକ ମହାର୍ଘ୍ୟ ମୁହୂର୍ତ୍ତକୁ ଅବିସ୍ମରଣୀୟ ବୋଲି କହିଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ସୋର ବିଧାୟକ ମାଧବ ଧଡାଙ୍କ ସମେତ ବହୁ ଅତିଥି ବୃନ୍ଦ ଉପସ୍ଥିତ ଥିଲେ। ଏହି ମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଆପଣାର ମଣିଷ ମାନଙ୍କୁ ପାଖରେ ପାଇବାର ସୁଯୋଗ ଆଣି ଦେବା ସହିତ ସମ୍ପର୍କର ସେତୁକୁ ଆହୁରି ମଜଭୂତ କରିଥାଏ ବୋଲି ମତପ୍ରକାଶ କରିଥିଲେ।








