Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

3

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଆଇ ସି ଏସ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟସ୍ଥଳରେ ମହିଳାଙ୍କର ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ ଓ ନାଗରିକମାନଙ୍କର କର୍ତବ୍ୟ ଏବଂ କିନ୍ନର (ତୃତୀୟ ଲିଙ୍ଗ)ମାନଙ୍କ ଅଧିକାର ସମ୍ପର୍କରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ପୂଣ୍ୟଶ୍ଳୋକ ରଥ ଏହି ସଚେତନତା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ଆଇ ସି ଏସ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାଃ ଦେବେନ୍ଦ୍ର କୁମାର ରଥ, ମୁଖ୍ୟ ବିଭାଗ, ଡାଃ ସନ୍ତୋଷ କୁମାର ରଥ, ନିର୍ଦେଶକ, ଜୟପ୍ରକାଶ କର, ବରିଷ୍ଠ ଅଧ୍ୟାପକ , ବିଭୁପ୍ରସାଦ ମହାପାତ୍ର, ମାନସ ରଞ୍ଜନ ମିଶ୍ର, ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମୀ, ଶର୍ମିଷ୍ଠା ଦାସ, କାର୍ଯକ୍ରମ ପରିଚାଳକ, ସାଥୀ, ଭୁବନେଶ୍ୱର, ମଣିନୀ ମହାରଣା, ରଶ୍ମୀ ରଞ୍ଜନ, ପ୍ରତ୍ୟୁଷ ଜେନା ପ୍ରମୁଖ କିନ୍ନର, ଛାତ୍ରଛାତ୍ରୀ ଗଣ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ, ଭଦ୍ରକର କର୍ମୀଗଣ ଏହି ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.