ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାନବ ମହାତ୍ମାଗାନ୍ଧୀଙ୍କର ୭୮ତମ ମହାପ୍ରୟାଣ ଦିବସ ଭଦ୍ରକ ମହାତ୍ମାଗାନ୍ଧୀ ବିଚାରମଂଚ ଦ୍ୱାରା ସ୍ଥାନୀୟ ଶହୀଦ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶରେ ବିଚାର ମଂଚର ସ୍ଥାୟୀ ସଭାପତି ଶାନ୍ତନୁ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟ, ବିଧାୟକ ସଂଜୀବ କୁମାର ମଲ୍ଲିକ, ଡ଼. ବେଣୁଧର ପାଢ଼ୀ, ଡ଼. ବାସନ୍ତୀ ମହାନ୍ତି । ସଂବର୍ଦ୍ଧିତ ପ୍ରତିଭା ଭାବରେ ଯୋଗାଦାନ କରିଥିଲେ ଡ଼. ଶଶଧର ମେଦିନ ସିଂହ ମହାପାତ୍ର ଓ ଶ୍ରୀ ଅକ୍ଷୟ କୁମାର ସେଠୀ । ଆରମ୍ଭରେ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣରେ ଅଧ୍ୟାପକ ଶଶୀକାନ୍ତ ପାଢ଼ୀ କରିଥିବା ବେଳେ ପ୍ରଫେସର ନାସିର ବକ୍ସ ସ୍ୱାଗତ ଭାଷଣ ଓ ସାହିତ୍ୟିକ ହରମୋହନ କୁଅଁର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ଗଣ ଗାନ୍ଧୀଜୀଙ୍କର ପ୍ରିୟ ଭଜନ “ବୈଷ୍ଣବ ଜନକୋ” ପରିବେଷଣ କରିଥିଲେ ଏବଂ ଯୁଗ୍ମ ସଂପାଦକ ବୈଲୋଚନ ବେହୁରିଆ ସଂପାଦକୀୟ ଉପସ୍ଥାପନ କରିଥିଲେ । ଡ଼. ଶଶଧର ମେଦିନି ସିଂହ ମହାପାତ୍ର ଓ ଅକ୍ଷୟ କୁମାର ସେଠୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ମୁକ୍ତିକାନ୍ତ ଗୋସ୍ୱାମୀ ସ୍ମୃତି ସମ୍ମାନରେ ସମ୍ବଦ୍ଧିର୍ତ କରାଯାଇଥିବା ବେଳେ ମହାତ୍ମାଗାନ୍ଧୀ ଜୀବନୀ ସମ୍ବଳିତ ବକ୍ତୃତା ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କୋଷାଧ୍ୟକ୍ଷ କରୁଣାକର ଉପାଧ୍ୟାୟ । ସଂବର୍ଦ୍ଧନା ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ ବାବୁଲାଲ ଦାସ ଓ ସ୍ନେହଲତା ବେହେରା । ଏହି କାର୍ଯ୍ୟରେ ସହଯୋଗ କରିଥିବା ବ୍ୟକ୍ତି ମୁକ୍ତିକାନ୍ତ ମହାପାତ୍ର, ଅଜିତ୍ କୁମାର ନାୟକ, ଆଦିତ୍ୟ ନାୟକ, ଆଦିତ୍ୟ ଗୋସ୍ୱାମୀ, ରମାକାନ୍ତ ନାୟକ, ପରମାନନ୍ଦ ସାହୁ, ବିବେକାନନ୍ଦ ମୁଖାର୍ଜୀ, ବିଚିତ୍ରାନନ୍ଦ ମହାନ୍ତି, ଭାଷ୍କର ନାୟକ, ମନୋରଂଜନ ଦାସ, ବସୁମିତ୍ରା ସାହୁ, ଗୋବର୍ଦ୍ଧନ ସାମଲ, ଗୟାଧର ପଣ୍ଡା, ଅଶୋକ ଦାସ, ବାଦଲ କିଶୋର ମହାପାତ୍ର, ବାବୁଲା ରାଉତ । କବିତା ପାଠରେ ସହଯୋଗ କରିଥିଲେ ଡ଼ାକ୍ତର ଅନିଲ ଦାସ, ଗୌରାଙ୍ଗ ଚନ୍ଦ୍ର ବାରିକ ଏବଂ ମଂଚ ଆମନ୍ତ୍ରଣ କରିଥିଲେ ସମାଜସେବୀ କାଳନ୍ଦୀ ମଲ୍ଲିକ । ସଭାପତିଙ୍କର ଅଭିଭାଷଣ ପରେ ଯୁଗ୍ମ ସଂପାଦକ ମଦନ ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାଶେଷରେ ଭଦ୍ରକ କୃଷ୍ଠାଶ୍ରମ ସମେତ ଉପସ୍ଥିତ ଗାନ୍ଧୀ ପ୍ରେମୀମାନଙ୍କୁ ଖାଦ୍ୟ ବଂଟନ କରାଯାଇଥିଲା ।








