Home ଜିଲ୍ଲା ପରିକ୍ରମା ଧାମନଗରରେ ‘ଶୀତ ମହୋତ୍ସବ-୨୦୨୬’ ଉଦ୍‌ଘାଟିତ,ଉତ୍ସବମୁଖର ଅସୁରାଳି ସହିଦ ଷ୍ଟାଡିୟମ୍‌

ଧାମନଗରରେ ‘ଶୀତ ମହୋତ୍ସବ-୨୦୨୬’ ଉଦ୍‌ଘାଟିତ,ଉତ୍ସବମୁଖର ଅସୁରାଳି ସହିଦ ଷ୍ଟାଡିୟମ୍‌

4

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳି ସହିଦ ଷ୍ଟାଡିୟମ ଠାରେ ବୁଧବାର ସଂଧ୍ୟାରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ‘ଧାମନଗର ଶୀତ ମହୋତ୍ସବ-୨୦୨୬’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ଭବ୍ୟ ମହୋତ୍ସବର ଶୁଭାରମ୍ଭ କରିଛନ୍ତି।ଏହି ଉଦ୍‌ଘାଟନୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ସଂସ୍କୃତି ଗବେଷକ ପୁଷ୍ପେନ୍ଦ୍ର କୁଳଶ୍ରେଷ୍ଠ, ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଚନ୍ଦ୍ରଶେଖର ହୋତା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ , ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଯୋଗଦେଇ ମହୋତ୍ସବର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପଲ୍ଲୀଶ୍ରୀ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ମହୋତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ପଲ୍ଲୀଶ୍ରୀ ମେଳା। ସ୍ଥାନୀୟ କଳାକାର ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ବିଭିନ୍ନ ଷ୍ଟଲ୍ ଖୋଲାଯାଇଛି। ଗ୍ରାମାଂଚଳର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଏହି ମହୋତ୍ସବ ମାଧ୍ୟମରେ ଆଂଚଳିକ ସଂସ୍କୃତିର ପ୍ରଚାର ପ୍ରସାର ହେବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ ନିଜ ଅଭିଭାଷଣରେ କହିଛନ୍ତି।ମହୋତ୍ସବ କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଆମ ଭାଇଚାରା ଓ ସଂସ୍କୃତିର ପ୍ରତୀକ। ଏହାଦ୍ୱାରା ଗ୍ରାମାଂଚଳର କଳା ଓ ପ୍ରତିଭା ନୂଆ ପରିଚୟ ପାଇବ ବୋଲି ମନ୍ତ୍ରୀ କହି ଥିଲେ,ବୁଧବାର ସନ୍ଧ୍ୟାରେ ଷ୍ଟାଡିୟମ୍ ପରିସରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଆଖପାଖ ଅଞ୍ଚଳର ଲୋକ ପହଞ୍ଚି ମେଳାରେ ଷ୍ଟଲ୍ ବୁଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ଦେଖାଯାଇଛି। ପରେ ବିଭିନ୍ନ ପ୍ରତିଭାଧାରି ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.