ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାପାଳ ଦିଲୀପ ରାଉତରାଏ ମତୋ ସେବା ସମବାୟ ସମିତି , ଭଦ୍ରକ ଓ ଭାଟପଡା ସମବାୟ ସମିତି , ଚାଂଦବାଲି ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ସମିତି ର ସଭାପତି, ଏରିଆ ଅଫିସର,ସରପଂଚ, ସମ୍ପାଦକ,ପରିଚାଳନା ପରିଷଦ ର ସଦସ୍ୟ , ଚାଷୀ କମିଟି ର ସଦସ୍ୟ ଓ ଚାଷୀ ମାନଙ୍କ ସହ ଏଫଏକ୍ୟୁ ଧାନ ବିଷୟ ରେ ଆଲୋଚନା କରିଥିଲେ। ଉପସ୍ଥିତ ଚାଷୀ ଓ ସମସ୍ତ ସଦସ୍ୟ ଏଫଏକ୍ୟୁ ମାନ ର ଧାନ କ୍ରୟ କରାଯାଉଅଛି ବୋଲି କହିଥିଲେ ଏବଂ କୌଣସି କଟିଣି ଛଟିଣି ହେଉନଥିବା କହିଥିଲେ।








