Home ଜିଲ୍ଲା ପରିକ୍ରମା ବେତାଳିଗାଁ ବଜାରରେ ଓଡିଶା ବନ୍ଦ ସତ ପ୍ରତିଶତ ସଫଳ

ବେତାଳିଗାଁ ବଜାରରେ ଓଡିଶା ବନ୍ଦ ସତ ପ୍ରତିଶତ ସଫଳ

3

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ଗ୍ରାମ ପଂଚାୟତ ର ବେତାଳିଗାଁ ବଜାର ଠାରେ ଓଡିଶା ନବନିର୍ମାଣ କୃଷକ ସଂଗଠନ ର ଓଡିଶା ବନ୍ଦ ଡାକରାରେ ତଥା କଂଗ୍ରେସ, ବିଜେଡି ଏବଂ ସି ପି ଆଇ, ସି ପି ଏମ ଦଳର ପୂର୍ଣ୍ଣ ସହଯୋଗ ରେ ସକାଳ ୬ ଘଟିକା ଠାରୁ ଅପରାହ୍ନ ୨ ଘଟିକା ସମୟ ପର୍ଯ୍ୟନ୍ତ ଆଖଣ୍ଡଳମଣି ରାଜ୍ୟ ରାଜ ପଥ ଏବଂ ବେତାଳିଗାଁ ବଜାର କୁ ଓଡିଶା ନବ ନିର୍ମାଣ କୃଷକ ସଂଗଠନ ର ବ୍ଲକ ସଂଯୋଜକ ପୀତବାସ ମହାନ୍ତି ଙ୍କ ନେତୃତ୍ୱ ରେ ତଥା ଧାମନଗର ବ୍ଲକ କଂଗ୍ରେସ ର ସଭାପତି ଆଇନଜୀବୀ ରମେଶ ଚନ୍ଦ୍ର ବେହେରା ଏବଂ ବରିଷ୍ଠ ସଂଗଠକ ପାଳସାହି ଗ୍ରାମ ପଂଚାୟତ ର ପୂର୍ବତନ ସରପଂଚ ଅନିଲ କୁମାର ଦାସ ଙ୍କ ସଂଯୋଜନା ରେ ସମ୍ପୂର୍ଣ୍ଣ ବନ୍ଦ କରା ଯାଇଥିଲା। ସକାଳ ୬ ଘଟିକା ସମୟ ମଧ୍ୟରେ ଶତାଧିକ ଶାସକ ବିଜେପି ଦଳ ବିରୋଧୀ ସଂଗଠକ ଏବଂ ଶୁଭେଛୁ ମାନେ ଗାନ୍ଧୀମଣ୍ଡପ ନିକଟରେ ଆଖଣ୍ଡଳମଣି ରାଜ୍ୟ ରାଜପଥ ଉପରେ ଋଣ୍ଡିଭୂତ ହୋଇ ରାସ୍ତା ଉପରେ ଚେୟାର ଏବଂ ଲଙ୍ଗବେଂଚ ପକାଇ ବସିବା ସହ ସରକାର ଙ୍କ ର ଚାଷୀ ମାରଣ ନିତୀ, ଧାନର ମନଇଛା କଟଣୀ ଛଟିଣୀ ବନ୍ଦ,ଇଲେକ୍ଟ୍ରି ସ୍ମାର୍ଟ ମିଟର ଲଗାଇ ହିତାଧିକାରୀ ଙ୍କୁ ଶୋଷଣ ର ପ୍ରତିବାଦେ ସହିତ ଗାଡିର ମନଇଛା ପାଲ୍ଲୁସନ ଟାକ୍ସ ବିରୋଧରେ ନେତୃ ମଣ୍ଡଳୀ ମାନେ ଦୁର୍ବାର ବକ୍ତବ୍ୟ ପ୍ରଦାନ କରିବା ସହିତ କଠୋର ସରକାର ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ। ସ୍କୁଲ କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲିବା କ୍ଷଣୀ କର୍ମୀ ମାନେ ଯାଇ ଶିକ୍ଷାନୁଷ୍ଠାନ ଗେଟ ଆଗରେ ବିଭିର୍ଣ୍ଣ ନାରାବାଜି ଦେଇ ଶିକ୍ଷନୁଷ୍ଠାନ ମାନ ବନ୍ଦ କରିଥିଲେ । ଆଜିର ଏହି ଓଡିଶା ବନ୍ଦ କାର୍ଯ୍ୟକ୍ରମ ରେ ସଖାଳ ୬ ଘଟିକା ସମୟ ଠାରୁ ଅପରାହ୍ନ ୨ ଘଟିକା ସମୟ ପର୍ଯ୍ୟନ୍ତ ଯୋଗଦାନ କରି ବନ୍ଦ ଡାକରା କୁ ପୂର୍ଣ୍ଣ ସଫଳ କରାଇ ଥିଲେ ବରିଷ୍ଠ ସଂଗଠକ ବ୍ରଜେନ୍ଦ୍ର କୁମାର ମହାନ୍ତି, ଭବରଞ୍ଜନ ମହାନ୍ତି, ଅମର କୁମାର ସାହୁ, ମାର୍କଣ୍ଡ କୁମାର ଯେନା,ମନୋଜ କୁମାର ବେହେରା, କୈଳାସ ଚନ୍ଦ୍ର ବାରିକ, ମୃତୁଞ୍ଜୟ ଦାସ,ବାସୁଦେବ ଯେନା,ଆଲୋକ କୁମାର ରାଉତ, ମନୋଜ କୁମାର ଯେନା,ସୁନୀଲ କୁମାର ସାହୁ,ସୁକାନ୍ତ କୁମାର ମଳିକ,ବିଷ୍ଣୁ ଚରଣ ଖଟୁଆ,ମୁରଲୀଧର ମଳିକ,ସୁରେନ୍ଦ୍ର କୁମାର ମଳିକ, ଧନେଶ୍ୱର ବେହେରା, ଆଲୋକ କୁମାର ଦାସ, ବିଜୟ କୁମାର ସୁତାର, ନରେନ୍ଦ୍ର କୁମାର ବାରିକ ଏବଂ ସୁରେଶ ଚନ୍ଦ୍ର ଯେନା ଙ୍କ ସମେତ ସମସ୍ଥ ବିରୋଧୀ ଦଳର ଶତାଧିକ ଶୁଭେଛୁ ଏବଂ ସଂଗଠକ ମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.