Home ଜିଲ୍ଲା ପରିକ୍ରମା ଭଦ୍ରକରେ ଓଡ଼ିଶା ବନ୍ଦ ଆଂଶିକ ସଫ,ବାହାର ରାଜ୍ୟରୁ ବସ୍‌ରେ ଆସୁଥିବା ଯାତ୍ରୀ ହନ୍ତସନ୍ତ, କଂଗ୍ରେସର ସମର୍ଥନ

ଭଦ୍ରକରେ ଓଡ଼ିଶା ବନ୍ଦ ଆଂଶିକ ସଫ,ବାହାର ରାଜ୍ୟରୁ ବସ୍‌ରେ ଆସୁଥିବା ଯାତ୍ରୀ ହନ୍ତସନ୍ତ, କଂଗ୍ରେସର ସମର୍ଥନ

15

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନବ ନିର୍ମାଣ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ଭଦ୍ରକ ଜିଲ୍ଲା କଂଗ୍ରେସ ଓ ବିଜୁ ଜନତା ଦଳ। ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ କୃଷକ ନେତା ଚନ୍ଦ୍ରଶେଖର ନାୟକ ଏହି ବନ୍ଦକୁ ସମର୍ଥନ କରି ଧାରଣାରେ ବସିଥିଲେ।ୁ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲା। ଏବଂ ଦୋକାନ, ବଜାର ସରକାରୀ ଦପ୍ତର ବନ୍ଦ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଜାତୀୟ ରାଜପଥକୁ ବନ୍ଦ କରାଯାଇଥିଲା। ତେବେ ଏହି ବନ୍ଦ ଡାକରାରେ ଯଦିଓ ୧୬ନଂ ଜାତୀୟ ରାଜପଥ ଓ ବନ୍ତଛକ ବସ୍‌ଷ୍ଟାଣ୍ଡରେ ଯାନବାହନ ଚଳାଚଳ ୬ ଘଂଟା ପାଇଁ ସଂପୂର୍ଣ୍ଣ ବନ୍ଦ ରହିଥିଲେ ମଧ୍ୟ ସହରର ପ୍ରାୟ ଦୋକାନ ବଜାର, ସ୍କୁଲ ଓ ସରକାରୀ ଅଫିସ୍‌, ବ୍ୟାଙ୍କ ଖୋଲା ରହିଥିଲା। ଏହାପରେ ପୁଲିସ୍ ପହଂଚି ଧାରଣା ଓ ଆନ୍ଦୋଳନକାରୀଙ୍କୁ ଭ୍ୟାନ୍ ଯୋଗେ ଉଠାଇ ନେଇ ପରେ ଛାଡିଦେଇଥିଲା। କିନ୍ତୁ ଏହି ବନ୍ଦ କାଳରେ ରାଜ୍ୟ ବାହାରୁ ଆସୁଥିବା ବହୁ ଯାତ୍ରୀବାହୀ ବସ୍ ଗୁଡିକ ଓଡ଼ିଶାର ଏହି ବନ୍ଦ ସଂପର୍କରେ ଅଜ୍ଞାତ ଥିବାରୁ ରାସ୍ତା ମଝିରେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାର ଦେଖାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯକାରୀ ସଭାପତି ଦେବରୁପ ମହାନ୍ତି, ଟାଉନ ସଭାପତି ମୁକିତ୍ ଖାନ, ବ୍ଲକ ସଭାପତି ପିତବାସ ଧଳ, ଅମିତା ବାଳା ଆଚାର୍ଯ୍ୟ,ରାଜେନ୍ଦ୍ର ପ୍ରସାଦ ଜେନା, ବଳରାମ ରାଉତ,ସମିତି ସଭ୍ୟ ଗୟାଧର ସେଠୀ,ବିଜୟ ବାରିକ, ରାଜୁ ପ୍ରସାଦ ରାୟ, ଶର୍ମିଷ୍ଠା ପଣ୍ଡା,ଇଲିୟାସ ଖାନ, ପାରିଷଦ ଜାହିର ସହା, ଶାହିଲ କାଦ୍ରୀ, ରୁକ୍ସନା ଖାତୁନ, ରଂଜନ ଜେନା, ମନୋଜ ମଲ୍ଲିକ ଖଗେଶ୍ୱର ଜେନା,ଗୋଲାମ ମୟୁରୁଦ୍ଦିନ,ଅବଦୁଲ ସଲାମ, ଶଶିକାନ୍ତ ଜେନା, ଏନାମୁଲ ହକ,ସେକ ହାସିନା, ସୌଭାଗ୍ୟ ରାଉତଓ ସବିର ଖାନ ପ୍ରମୁଖ ଉପସ୍ଥିତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.