Home ଜିଲ୍ଲା ପରିକ୍ରମା ସମାଜସେବୀ ସ୍ୱର୍ଗତ ଗଣେଶ ପ୍ରସାଦ ପୁହାଣଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ

ସମାଜସେବୀ ସ୍ୱର୍ଗତ ଗଣେଶ ପ୍ରସାଦ ପୁହାଣଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ

2

ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଅନ୍ତର୍ଗତ ପୁରୁଷଣ୍ଢ ଗ୍ରାମ ପଞ୍ଚାୟତ (କୁଦମ୍ବ ଛକ) ନିବାସୀ, ପୂର୍ବତନ ସରପଞ୍ଚ ତଥା ଜଣେ ନିଷ୍ଠାବାନ, ସରଳ ଓ ନିର୍ଲୋଭ ସମାଜସେବୀ ସ୍ୱର୍ଗତ ଗଣେଶ ପ୍ରସାଦ ପୁହାଣଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ପବିତ୍ର ସ୍ମୃତି ଚରଣରେ ଗଭୀର ଭକ୍ତି ଓ ଅଶ୍ରୁଭରା ନୟନରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି।ଜନସେବାକୁ ଜୀବନର ଧ୍ୟେୟ କରି ଯିଏ ସାରା ଜୀବନ ଗାଁ ଓ ଗରିବଙ୍କ ପାଇଁ ନିଷ୍କାମ ସେବା କରିଥିଲେ, ସେହି ମହାନ ବ୍ୟକ୍ତିତ୍ୱ ଆଜି ମଧ୍ୟ ସମସ୍ତଙ୍କ ହୃଦୟରେ ଅମର ହୋଇ ରହିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି। ଏହି ସ୍ମୃତି ସଭାରେ ବିଶିଷ୍ଟ ସମାଜସେବୀ ଟୁନା ପଣ୍ଡା, ବଡ଼ମହିଶୀଗୋଠ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସତ୍ୟ ସାଧନ ବେଜ, ଯୁବନେତା ବିକାଶ ଶ୍ରେଷ୍ଠା ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ପୁହାଣଙ୍କ ପବିତ୍ର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ।ଏବଂ କିଛି ଛାତ୍ର ଓ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.