Home ଜିଲ୍ଲା ପରିକ୍ରମା ଭଦ୍ରକ ରେ କିଟ କିସ ପକ୍ଷରୁ ମିନି ମାରାଥନ

ଭଦ୍ରକ ରେ କିଟ କିସ ପକ୍ଷରୁ ମିନି ମାରାଥନ

3

ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଟ ଓ କିସ ପକ୍ଷରୁ ଚଳିତ ବର୍ଷ ଶିକ୍ଷା ସମସ୍ତଙ୍କ ପାଇଁ ସମ୍ପର୍କ ରେ ସଚେତନତା ସୃଷ୍ଟି ଉଦ୍ୟସ୍ୟ ରେ ଏକ ମିନି ମାରାଥନ ଭଦ୍ରକ ରେ ଅନୁଷ୍ଠିତ ହୋଇଛି।ଏହି ମିନି ମାରାଥନ ଭଦ୍ରକ ସହରସ୍ଥିତ ମହତାବ ଛକ ଠାରୁ ଆରମ୍ଭ ହୋଇ ଐତିହାସିକ ଗାନ୍ଧୀ ପଡିଆ ଠାରେ ଶେଷ ହୋଇଥିଲା।ଏହି ମାରାଥନ କାର୍ଯ୍ୟକ୍ରମ କୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଈ ଉଦଘାଟନ କରିବା ସହିତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ତେବେ ଶିକ୍ଷା ଏକ ଜୀବିକା ନୁହେଁ ଶିକ୍ଷା ହେଉଛି ଏକ ସଂସ୍କାର ରୁପି ଜ୍ଞାନ।ତେଣୁ ଏହାକୁ ଆହରଣ ସମସ୍ତେ କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି।ଏଥିରେ ଦୁଇ ଶହ ପଚାଶ ରୁ ଅଧିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ସହିତ କ୍ରୀଡ଼ାବିତ ମାନେ ଯୋଗ ଦେଇଥିଲେ।ପରେ ଐତିହାସିକ ଗାନ୍ଧୀ ପଡିଆ ଠାରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉଦଯାପନୀ ସଭା ରେ ମୂଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ,ମୂଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା,ପ୍ରଫେସର କମଳାକାନ୍ତ ସ୍ୱାଇଁ,ଅଧ୍ୟାପକ ଶୁଭେନ୍ଦୁ ବରାଳ,ଶିକ୍ଷାବିତ ପ୍ରଦୀପ ପଣ୍ଡା,.ଯୁବ ସମାଜସେବୀ ସ୍ୱାଧୀନ ସୁନ୍ଦର ଦାସ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶ ପାଇଁ ନିରନ୍ତର ଭାବେ ଉଦ୍ୟମ ଜାରି ରଖିଥିବା କିଟ କିସ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ବାସ୍ତବରେ ଜଣେ ଆଦର୍ଶ ବେକ୍ତିତ୍ୱ ବୋଲି କହିବା ସହିତ ଅର୍ଥ ଅଭାବରୁ ଯେପରି କୌଣସି ପିଲା ଶିକ୍ଷରୁ ବଂଚିତ ନ ହୁଅନ୍ତି ସେଥିପାଇଁ ସେ ଯେଉଁ ଭଳି ଉତ୍ସର୍ଗୀକୃତ ମନୋଭାବ ନେଇ ସାରା ଓଡିଶା ରେ କାର୍ଯ୍ୟ କରୁଛନ୍ତି ତାହା ବାସ୍ତବିକ ବିଶ୍ୱ ରେ ବିରଳ ବୋଲି କହି ଡ଼ ସାମନ୍ତ ଙ୍କ ବହୁ ମୁଖୀ ସେବା ମୂଳକ କାର୍ଯ୍ୟ କୁ ପ୍ରଶଂସା କରିଥିଲେ।ଶେଷରେ ସବୁ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ପ୍ରାରମ୍ଭରେ ଅତିଥି ମାନେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ଏହି ଉଦଯାପନୀ କାର୍ଯ୍ୟକ୍ରମ କୁ ସାମ୍ବାଦିକ ନରେନ୍ଦ୍ର ସାମଲ ସଂଯୋଜନା କରିଥିଲା ବେଳେ ମିନି ମାରାଥନ ର ଆଭିମୁଖ୍ୟ ବିଷୟ କିଟର ଉପ ଉନ୍ନୟନ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାନ୍ତି କହିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ କୁ କିଟ ର ଉପ ଉନ୍ନୟନ ଅଧିକାରୀ ଦୀପକ କୁମାର ବେହେରା,ସଞ୍ଜୟ ନାୟକ,ଗଣେଶ ପ୍ରସାଦ ମହାନ୍ତି,ଜୟନ୍ତ ବାରିକ, ଗଙ୍ଗାଧର ଦାସ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.