Home ଜିଲ୍ଲା ପରିକ୍ରମା ବାବାମଣି ଶିକ୍ଷକ ସ୍ୱୟଂ ସହାୟକ ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପରଙ୍କୁ ପୁରସ୍କୃତ

ବାବାମଣି ଶିକ୍ଷକ ସ୍ୱୟଂ ସହାୟକ ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପରଙ୍କୁ ପୁରସ୍କୃତ

9

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡିପୀଠରେ ଥିବା ହୋଟେଲ ରୟାଲ ପ୍ୟାଲେସରେ ରବିବାର ପହଣା ଓ ମଠଡିହ କ୍ଲଷ୍ଟରର ବାବାମଣି ଶିକ୍ଷକ ସ୍ୱୟଂ ସହାୟକ ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତା ଓ ହୃଦାନନ୍ଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ୍ୱା୍ୱାଜି ଚରଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ଅଧ୍ୟାପକ ବିଜୟ କୁମାର ଦାଶ ମୁଖ୍ୟ ବକ୍ତା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଦାଧର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷକ ସହାୟକ ସମିତିର ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଚିତରଞ୍ଜନ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଜାତା ଦାଶ, ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ପଣ୍ଡାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି ୨୦୨୫ ମସିହାରେ ମ୍ୟାଟ୍ରିକ ପରୀକ୍ଷାରେ(ଟପର) ସର୍ବୋଚ୍ଚ ନମ୍ବର ରଖିଥିବା ୨ଟି କ୍ଲଷ୍ଟରର ୫ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଶ୍ରେୟସ ପାଢୀ,ସୁଶ୍ରୀ ଶୁଭଲକ୍ଷ୍ମୀ ନାୟକ, ଶ୍ରଦ୍ଧାରାଣୀ ବିଶ୍ୱାଳ, କରୀନା ଦାସ, ସଂଗ୍ରାମ କେଶରୀ ପରିଡାଙ୍କୁ ସ୍ୱର୍ଗତ ଶାନ୍ତିଲତା ସ୍ମୃତି ସମ୍ମାନରେ ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ଶିକ୍ଷକ ନରହରି ଦାଶ, ଭରତହରି ସେଠୀ, ମଙ୍ଗୁଳି ଚରଣ ସେଠୀ,ହିମାଂଶୁ ଶେଖର ସାହୁ, ସୁବୋଧ ଖୁଂଟିଆ ଶିକ୍ଷୟତ୍ରୀ ମଞ୍ଜୁରାଣୀ ଦାଶ, ମିନତି ରାଣୀ ପୁହାଣ, ଅଞ୍ଜୁଲତା ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶିକ୍ଷକ ରଞ୍ଜିବ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.