ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜନ ସାଧାରଣ, ବୁଦ୍ଧିଜୀବୀ, ଯୁବ ସମାଜ ମଧ୍ୟରେ ଦେଶ ଭକ୍ତିର ଆହ୍ୱାନ, ରାଷ୍ଟ୍ରୀୟ ଚେତନାର ଜାଗରଣ ସକାଶେ ଦେଶର ହିନ୍ଦୁତ୍ୱ ଓ ରାଷ୍ଟ୍ରବାଦର ବଡ଼ ଚେହେରା ତଥା ରାଷ୍ଟ୍ରୀୟ ପ୍ରବକ୍ତା ପୁଷ୍ପେନ୍ଦ୍ର କୂଳଶ୍ରେଷ୍ଠ ଚଳିତ ମାସ ଆସନ୍ତା ୨୮ ତାରିଖ ବୁଧବାର ଦିନ ଭଦ୍ରକ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସହର ଶହୀଦ ସ୍ମୃତି ଭବନ (ଟାଉନ ହଲ)ରେ ଅପରାହ୍ନ ୩ ଘଟିକାରେ ‘ଭାରତ ପାଇଁ ପଦୁ ଟିଏ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଏଥି ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ଏମିତିକି କୂଳଶ୍ରେଷ୍ଠଙ୍କୁ ସ୍ୱାଗତ କରିବାଠୁ ଆରମ୍ଭ କରି କାର୍ଯ୍ୟକ୍ରମ ଶେଷ ପରେ ତାଙ୍କ ଫେରିବା ପର୍ଯ୍ୟନ୍ତ ବ୍ୟବସ୍ଥା ସାଂଗଠନିକ ଓ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା ସରିଛି ବୋଲି ସ୍ୱାଗତ ସମିତି ପକ୍ଷରୁ କୁହା ଯାଇଛି। କାର୍ଯ୍ୟକ୍ରମର ସ୍ୱାଗତ ସମିତି ପକ୍ଷରୁ ଏହି ରାଷ୍ଟ୍ରୀୟ ପ୍ରସଙ୍ଗ ଆଧାରିତ ଆଲୋଚନା ଚକ୍ରରେ ସାମିଲ ହେବା ପାଇଁ ଜିଲ୍ଲାର ସମସ୍ତ ଆଧ୍ୟାତ୍ମିକ, ସାମାଜିକ, ସାଂସ୍କୃତିକ ସଂଗଠନ ଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମ ସ୍ଥଳୀ, ସ୍ୱାଗତ ପଥ, ବିଶ୍ରାମ ଓ ରହଣୀ ସ୍ଥଳ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଦିଆଯାଇଛି। କାର୍ଯ୍ୟକ୍ରମ ସ୍ଥଳୀର ଭିଡ଼କୁ ଅନୁଭବ କରି ଶୃଙ୍ଖଳା ପରିସ୍ଥିତିକୁ ଧ୍ୟାନ ଦେବା ପାଇଁ ସ୍ୱାଗତ ସମିତିର ସଦସ୍ୟ ପାର୍ଥ ସାରଥୀ ଦାସ, ନିରଞ୍ଜନ ସାହୁ, ଗୋବିନ୍ଦ ରାଉତ, ରଶ୍ମି ରଂଜନ ରାଉତ, ଶରତ ପଢ଼ିଆରୀ, ସୁବ୍ରତ ନାୟକ, ମାନସ ମହାନ୍ତି, ପ୍ରଦ୍ୟୁମ୍ନ ଶତପଥୀ, ବସନ୍ତ କୁମାର ରାଉତ, ଆଇନଜୀବୀ କାହ୍ନୁ ଚରଣ ସାହୁ, ଡ଼. ନାରାୟଣ ପ୍ରସାଦ ବେହେରା, ହୃଷୀକେଶ ଗୋସ୍ୱାମୀ, ସୁଧା ସ୍ୱୟଂସୁଧା, ନରେନ୍ ବିଶ୍ୱାଳ, ଦେବାଶିଷ ବିଶ୍ୱାଳ, ଶିବ ଶଙ୍କର ଦାସଙ୍କ ତରଫରୁ ଭଦ୍ରକର ଜନ ସାଧାରଣଙ୍କୁ ଆଗ୍ରହ କରାଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଯୁବ ରାଷ୍ଟ୍ରବାଦୀ ସଂଗଠକ ସ୍ୱାଧୀନ ସୁନ୍ଦର ଦାସ ପ୍ରକାଶ କରିଛନ୍ତି।








