Home ଜିଲ୍ଲା ପରିକ୍ରମା ତେଲ ଟ୍ୟାଙ୍କର ଭିତରେ ଗୋରୁ ଚାଲାଣ,ଅଭିନବ ଉପାୟରେ ଚାଲିଥିଲା ବେଆଇନ ବେପାର, ୨ ମୃତ

ତେଲ ଟ୍ୟାଙ୍କର ଭିତରେ ଗୋରୁ ଚାଲାଣ,ଅଭିନବ ଉପାୟରେ ଚାଲିଥିଲା ବେଆଇନ ବେପାର, ୨ ମୃତ

5

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ବେଆଇନ ଗୋରୁ ଚାଲାଣକାରୀ ଙ୍କ ନୂଆ ନୂଆ କୌଶଳ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଧାମନଗର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାରିକପୁର ନିକଟରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ଭାରତ ପେଟ୍ରୋଲିୟମ୍ ଟ୍ୟାଙ୍କର ଭିତରେ ଅତି ଅମାନୁଷିକ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ଏହାକୁ ଗୋ-ସେବକମାନେ ଧରିଛନ୍ତି।ଆଜି ଦିନ ପ୍ରାୟ ୧୦ଟା ସମୟରେ ଏକ ପେଟ୍ରୋଲ ଟ୍ୟାଙ୍କରରେ ଗୋରୁ ଚାଲାଣ ହେଉଥିବା ନେଇ ଭଦ୍ରକର ଗୋ-ସେବକମାନେ ଗୁପ୍ତ ସୂଚନା ପାଇଥିଲେ। ସେମାନେ ବାରିକପୁର ଠାରେ ଗାଡ଼ିଟିକୁ ଅଟକାଇ ଯାଂଚ କରିବା ପରେ ଟ୍ୟାଙ୍କର ଭିତରେ ୩୦ ଟି ଗୋରୁ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ। ଟ୍ୟାଙ୍କର ଭିତରେ ବାୟୁ ଚଳାଚଳ ପାଇଁ ସୁବିଧା ନଥିବାରୁ ଶ୍ୱାସରୁଦ୍ଧ ହୋଇ ୨ ଟି ଗୋରୁଙ୍କର ମୃତ୍ୟୁ ଘଟିଛି।ଖବର ପାଇ ଧାମନଗର ପୋଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ। ଗୋ-ସେବକ ଓ ଅଗ୍ନିଶମ ବାହିନୀର ମିଳିତ ସହାୟତାରେ ଟ୍ୟାଙ୍କର କଟାଯାଇ ଅତି କଷ୍ଟରେ ଗୋରୁମାନଙ୍କୁ ବାହାର କରାଯାଇଥିଲା। ବର୍ତମାନ ଅନ୍ୟ ଗୋରୁମାନଙ୍କୁ ନିକଟସ୍ଥ ଗୋଶାଳାକୁ ପଠାଯାଇଛି।ଧାମନଗର ପୋଲିସ ଗାଡ଼ିଟିକୁ ଜବତ କରିବା ସହ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ପେଟ୍ରୋଲ ଟ୍ୟାଙ୍କର ଭଳି ଏକ ସମ୍ବେଦନଶୀଳ ଗାଡ଼ିକୁ ଏହିପରି କାମରେ ବ୍ୟବହାର କରାଯିବା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.