Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ସତସଙ୍ଗ ମହୋତ୍ସବ ଧୃତି ସନ୍ଦୀପନାର ଉଦଯାପନ,ପ୍ରତ୍ୟେକ ମଣିଷ ଜୀବନରେ ଗୁରୁ ନିହାତି ଆବଶ୍ୟକ...

ଭଦ୍ରକ ଜିଲ୍ଲା ସତସଙ୍ଗ ମହୋତ୍ସବ ଧୃତି ସନ୍ଦୀପନାର ଉଦଯାପନ,ପ୍ରତ୍ୟେକ ମଣିଷ ଜୀବନରେ ଗୁରୁ ନିହାତି ଆବଶ୍ୟକ – ଜିଲାପାଳ ଦିଲ୍ଲୀପ ରାଉତରାଏ

6

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାସ୍ତରୀୟ ଧୃତି ସନ୍ଦିପନା ସତସଙ୍ଗ ମହୋତ୍ସବ ମା’ ସାତ ଭଉଣୀ ଖେଳ ପଡ଼ିଆରେ ଆଡମ୍ବର ସହକାରେ ଉଦଯାପିତ ହୋଇ ଯାଇଛି।ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତ ରାୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଉଦ୍‌ଘାଟନ କରି ଗୁରୁ ଜୀବନରେ ନିହାତି ଆବଶ୍ୟକ।ଆମେ ଏକା ଏକା କାମନାର ପଛେ ପଛେ ଦୌଡୁ ଯାହାକୁ ରେସ କହୁ।କିନ୍ତୁ, ଗୁରୁଙ୍କୁ ଗ୍ରହଣ କରି ଚାଲିଲେ ତାକୁ ଗ୍ରେସ କହୁ। ଏ ଉତ୍ସବ ଆଜି ଭାଇ ଚାରା ଓ ସଂହତିର ବାର୍ତା ଦିଏ। ଏ ଉତ୍ସବକୁ ଆସି ମୁଁ ବହୁତ୍ ଖୁସି ଅନୁଭବ କରୁଛି ବୋଲି କହିଥିଲେ। ସ.ପ୍ର.ରୁ ନନ୍ଦଦୁଲାଲ ଦାସ ଉତ୍ସବ କମିଟି ତରଫରୁ ଜିଲ୍ଲାପାଳ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଯୁବ ଗୁରୁଭାଇ ଓ ମାଆ ମାନଙ୍କ ଦ୍ୱାରା ଯାଜନ୍‌,ଭଜନ,କୀର୍ତନ,ଦେୟ ମୁକ୍ତ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା, ନ୍ୟାୟୀକ ପରାମର୍ଶ,ଦୀକ୍ଷା ପତ୍ର କାର୍ଯ୍ୟ ଓ ଦୀକ୍ଷା କାର୍ଯ୍ୟ ଚାଲିଥିଲା।ଓଡ଼ିଶାର ଅନେକ ଜିଲ୍ଲାରୁ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ୱ ଗୁରୁ ଭାଇ ଓ ମାଆ ମାନେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ। ସ.ପ୍ର.ରୁ ଗୋକୁଳନନ୍ଦ ସ୍ୱାଇଁ,ନନ୍ଦ ଦୁଲାଳ ଦାସ,ସୁଭାଷ ଦାସ,ଅଭିମନ୍ୟୁ ଖଟୁଆ,ସୁରଥ ମଲ୍ଲିକ ,ଅଧୁର‌୍ୟୁ କର୍ମୀ ସୁଦର୍ଶନ ବାରିକ,ପ୍ରଦୀପ କୁମାର ଲେଙ୍କା,ବସନ୍ତ କୁମାର ବଳ ପ୍ରମୁଖ ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସ.ପ୍ର.ରୁ ନବ କିଶୋର ପତିଙ୍କ ତତ୍ୱାବଧାନରେ ଯାଜକ କର୍ମୀ ଶରତ ଚନ୍ଦ୍ର ମହନି, ରବୀନ୍ଦ୍ର ବିଶ୍ୱାଳ,ବଳରାମ ସାହୁ ଙ୍କ ସମେତ ନିରୋଜ ସାହୁ,ସୁଶାନ୍ତ ବେହେରା,ଶୈଳ ନାୟକ ଓ ବହୁ ଗୁରୁ ଭାଇ ଓ ମାଆ ମାନେ ଭଣ୍ଡାର ରେ ପ୍ରସାଦ ବିତରଣରେ ସହଯୋଗିତା କରିଥିଲେ। ଏହି ମହୋତ୍ସବ ପାଳନରେ ଯୁବ ଗୁରୁ ଭାଇ ଦେବଜ୍ୟୋତି ନାୟକ,ଶୁଭ ବ୍ରତ ନାୟକ,ପ୍ରିୟ ମାଧବ ଲେଙ୍କା,ମନୋଜ ସାହୁ,ଭଗବାନ ବାରିକ, ଆନନ୍ଦ ଚନ୍ଦ୍ର ପଣ୍ଡା(ଜାଯକ୍‌) ତରୁଣ ଭଟ୍ଟାଚାର‌୍ୟ (ଯାଯକ୍ )ପ୍ରମୁଖଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ଥିଲା। ସର୍ବୋପରି ଶ୍ରୀ ଶ୍ରୀ ଠାକୁର ଙ୍କ ଦୟା,ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ଆଶୀର୍ବାଦ,ଶ୍ରୀ ଅବିନ ଦାଦା ଙ୍କ ପୂତ ପ୍ରେରେଣାରୁ ଏହି ଉତ୍ସବଟି ଖୁବ୍ ସୁନ୍ଦର ଭାବେ ସମାପନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.