Home ଜିଲ୍ଲା ପରିକ୍ରମା ପୂର୍ବତନ ସାଂସଦ ଭାଗବତ ସାହୁଙ୍କ ଶ୍ରାଦ୍ଧ ଉତ୍ସବ

ପୂର୍ବତନ ସାଂସଦ ଭାଗବତ ସାହୁଙ୍କ ଶ୍ରାଦ୍ଧ ଉତ୍ସବ

3

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ପୂର୍ବତନ ସାଂସଦ ତଥା ସ୍ୱାଧୀନତା ସଂଗ୍ରାମୀ ଭାଗବତ ସାହୁଙ୍କ ୩୭ତମ ଶ୍ରାଦ୍ଧ ଦିବସ ଶନିବାର ପୂର୍ବାହ୍ନରେ ଭାଗବତ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ଏହିଅବସରରେ ତାଳପଦା ପଞ୍ଚାୟତ ସମିତିସଭ୍ୟ ଚିନ୍ତାମଣି ଦାସଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଆରସା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ସାହୁ, ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ ସଚ୍ଚିଦାନନ୍ଦ ସାହୁ, ଡା. ଚିତରଞ୍ଜନ ସାମନ୍ତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ସଂଗ୍ରାମୀ ଓ ତ୍ୟାଗପୂତ ଜୀବନ ଉପରେ ଆଲୋକପାତ କରିବାସହ ସଂଗ୍ରାମୀ ମାନଙ୍କ ପାଇଁ ତିହିଡି ମାଟି ଗୌରବାନ୍ୱିତ ବୋଲି କହିଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ସନାତନ ସାହୁ, ସିଆରସିସି କେଶବ ଚନ୍ଦ୍ର ସାହୁ, ରମେଶ ବାରିକ, ରବିନ୍ଦ୍ର ଭୋଇ, ସଚ୍ଚିଦାନନ୍ଦ ପତି, ରବିନ୍ଦ୍ର ନାୟକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ କ୍ଷ ସଂସଦର ସଭ୍ୟ ସୁଧାଂଶୁ ଶେଖର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଶିଳ୍ପୀ ମହେଶ୍ୱର ସେଠୀ, ରବିନ୍ଦ୍ର ପଣ୍ଡା, ଅଲେଖ ମହାଳିକ, ଶଶିକାନ୍ତ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.