Home ଜିଲ୍ଲା ପରିକ୍ରମା ସଙ୍ଗୀତ ନିର୍ଦ୍ଦେଶକ ଅର୍ଜୁନ ରାଉତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା

ସଙ୍ଗୀତ ନିର୍ଦ୍ଦେଶକ ଅର୍ଜୁନ ରାଉତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା

5

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଂଚାୟତ ନପଙ୍ଗରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅର୍ଜୁନ କୁମାର ରାଉତରାୟ ଙ୍କ ଏକାଦଶାହ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ପ୍ରଧ୍ୟାପକ ଡ଼ କ୍ଷୀରୋଦ କୁମାର ସାମଲ ଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ କ୍ରୀଡ଼ାଶିକ୍ଷକ ନବକିଶୋର ପରିଡ଼ାଙ୍କ ସଂଚାଳନାରେ ଅନୁଷ୍ଠିତ ସଭାରେ ବରିଷ୍ଟ ସାମ୍ବାଦିକ ରବି ନାରାୟଣ ଖିଲାର, ପ୍ରାକ୍ତନ ଶିକ୍ଷକ ନୃସିଂହ ଚରଣ ସାମଲ, ରାମଚନ୍ଦ୍ର ମହାନ୍ତି, ପ୍ରାକ୍ତନ ସରପଂଚ ଜଳଧର ଯେନା, ରଘୁନାଥ ରାଉତ, ଅବସରପ୍ରାପ୍ତ ଅଧ୍ୟାପକ ଅନାଦି ଚରଣ ସାହୁ, ସାମ୍ବାଦିକ ରାଜେନ୍ଦ୍ର ଶତପଥୀ, ଧନେଶ୍ୱର ନାୟକ, ମନ୍ମଥ ସାମଲ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାହାସ ବିହାରି ନାୟକ, ଅଧ୍ୟାପିକା ରାଧାରାଣୀ ମହାପାତ୍ର, ବିଶ୍ୱମ୍ବର ରାଉତ, ଣଦାମୋଦର ନାୟକ, ବିକାଶ ନାୟକ , ମୃତ୍ୟୁଞ୍ଜୟ ରାଉତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଉତ ଙ୍କ ସଙ୍ଗୀତ କଳା, ସାଧନା, ଆଧ୍ୟାତ୍ମିକ ଜୀବନଶୈଳୀ ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରିତିକାନ୍ତ ରାଉତ ଙ୍କ ସଂଯୋଜନା ରେ ସ୍ମୃତିଚାରଣ କରାଯାଇଥିଲା। ପୁତ୍ର ପଦୀପ କୃତଜ୍ଞତା ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.