ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ସାମ୍ବାଦିକ ତଥା କୋହ୍ଲ ବଜାରସ୍ଥିତ ନବଗ୍ରହ ମନ୍ଦିରର ମୁଖ୍ୟ ଟ୍ରଷ୍ଟି ପ୍ରଭାତ କୁମାର ରାଉଳଙ୍କୁ ମନ୍ଦିରର କେତେକ ପୂଜକ ଶନିବାର ପୂର୍ବାହ୍ନରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଫ ଏସମ୍ପର୍କରେ ତିହିଡି ଗ୍ରାମର ପ୍ରଭାତ ଅଭିଯୋଗ କରିବା ପରେ ପୋଲିସ ଏକ ମକଦ୍ଦମା (ନଂ ୨୭/୨୬)ରୁଜୁ କରିଛି ଫ ପୋଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ଜିତେନ୍ଦ୍ର ଗ୍ରହାଚାର୍ଯ୍ୟଙ୍କୁ ଅଟକ ରଖି ଘଟଣାର ତଦନ୍ତ କରବା ସହ ପରେ ନୋଟିସ ଦେଇ ତାଙ୍କୁ ଛାଡ଼ିଥିବା ଜଣାଯାଇଛି ଫ ପ୍ରକାଶ ଯେ,ପ୍ରତ୍ୟେକ ଶନିବାର ଦିନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ଫ ମନ୍ଦିର ଟ୍ରଷ୍ଟ ବୋର୍ଡ ମୁଖ୍ୟ ତଥା ସାମ୍ବାଦିକ ପ୍ରଭାତ ମନ୍ଦିରକୁ ଭୋଗ କରିବାକୁ ଯାଇଥିବା ବେଳେ ପୂଜକ ବିଷ୍ଣୁ ମୋହନ ଗ୍ରହାଚାର୍ଯ୍ୟ ତାଙ୍କ ପୁଅ ଜିତେନ୍ଦ୍ର,ସୁରେନ୍ଦ୍ର,ରାଜେନ୍ଦ୍ର ଓ ତାଙ୍କ ପୁତୁରା ଧର୍ମେନ୍ଦ୍ର ଘରୁ ବାହାରି ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କୁ ଆକ୍ରମଣ କରିଥିଲେ।ତାଙ୍କ ମୋବାଇଲ ଓ ଟଙ୍କା ଛଡେଇ ନେଇଥିଲେ। ସୁରେନ୍ଦ୍ର ଏକ ସାବଳରେ ପ୍ରଭାତ ମୁଣ୍ଡକୁ ପିଟିବା ସମୟରେ ସେଠାରେ ଥିବା ଜଣେ ଟେଣ୍ଡ ପିଲା ସାବଳକୁ ଛଡାଇ ନେବାରୁ ସେ ବଂଚି ଯାଇଥିଲେ। ଖବର ପାଇ ଟ୍ରଷ୍ଟି ବୋର୍ଡର ଦୁଇ ଜଣ ସଦସ୍ୟ ସେଠାରେ ପହଁଚି ପ୍ରଭାତକୁ ଉଦ୍ଧାରକରି ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭଦ୍ରକ ଡାକ୍ତର ଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।ତେବେ ସରକାରୀ ଟ୍ରଷ୍ଟବୋର୍ଡ଼କୁ ପୋଲିସ ସୁରକ୍ଷା ଦେବାକୁ ସାଧାରଣରେ ଦାବି ହୋଇଥିବାବେଳେ ଏହି ଆକ୍ରମଣ ଘଟଣାକୁ ଓୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଇଛି କ୍ଷସୂଚନା ଯୋଗ୍ୟଯେ ଟ୍ରଷ୍ଟିବୋର୍ଡ଼କୁ ନେଇ ପୂଜକ ଓ ବୋର୍ଡ଼ ସଦସ୍ୟଙ୍କ ମଧ୍ୟରେ ବିବାଦ ଥିଲା। ଯାହାକୁ ନେଇ ଏପରି ଘଟଣା ଘଟିଛି । ଟ୍ରଷ୍ଟିବୋର୍ଡ଼ ମୁଖ୍ୟ ଶ୍ରୀ ରାଉଳ ଚଳିତ ମାସ ୨୫ ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ଯଜ୍ଞରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ନେଇ ଜିଲ୍ଲାପାଳ ,ଏସପି ଓ ତିହିଡି ଥାନା ଆଇଆଇସିଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାପଡିଛି।








