ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କ୍ଷେତ୍ରବାସୀ ସରକାରୀ ଉଚ୍ଚବିଦ୍ୟାଳୟରେ ପିଏମ୍ଶ୍ରୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମଚରଣ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ସାହୁ ଯୋଗଦେଇଥିବାବେଳେ ଅବସରପ୍ରାପ୍ତ କୃଷି ଅଧିକାରୀ ଅରୁଣ କୁମାର ପାତ୍ର ମୁଖ୍ୟବକ୍ତା, ପ୍ରାକ୍ତନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଂଜନ ନାୟକ, ଡାକ୍ତର ରମାକାନ୍ତ ନାୟକ, ଇଂ ଅଭୟ ସୂତାର ଏବଂ ଡିଏସ୍ଓ ତପନ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପିଏସ୍ଏସର ସଭାପତି ନିତ୍ୟାନନ୍ଦ ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁକାନ୍ତି ବେହେରା, ସମାଜସେବୀ ଗୌରୀଗୋପାଳ ଜେନା, ଟୁକୁ ପ୍ରଧାନ, ଦୀପକ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଶିକ୍ଷାବିତ୍ ବାବୁଲା ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁରସ୍ତମ ସାହୁ, ସମାଜସେବୀ ତୁଷାରକାନ୍ତି ପରିଡା, କୃଷ୍ଣଚନ୍ଦ୍ର ବେହେରା, ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ବେହେରା, ରଙ୍କଚରଣ ଯେନା ଓ ଅରୁଣ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଧୂପ, ଦୀପ ନୈବେଦ୍ୟ ଅର୍ପଣ କରାଯାଇଥିଲା। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ ବେଦପାଠ ଓ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଏହି ଉତ୍ସବରେ ଶିକ୍ଷକମାନଙ୍କର ମାର୍ଗଦର୍ଶକ ଭାବେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୩ଟି ପେଭିଲିୟନରେ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରୋଜେକ୍ଟ ଗୁଡିକୁ ବରିଷ୍ଠ ପ୍ରଧାନ ଶିକ୍ଷକ ଖଗେଶ୍ୱର ଯେନା, ବିଜ୍ଞାନ ଶିକ୍ଷୟିତ୍ରୀ ଲିପିରେଖା ବେହେରା, ସହକାରୀ ଶିକ୍ଷୟିତ୍ରୀ ମୋନାଲିସା ଯେନା, ପିଏସ୍ଏସଏସ କୋଅଡିନେଟର ଅଜୟ ମହାରଣା ମୂଲ୍ୟାଙ୍କନ କରିଥିଲେ। ସମସ୍ତ ଅତିଥିମାନେ ପେଭିଲିୟନ ଗୁଡିକୁ ପରିଦର୍ଶନ କରି ପ୍ରତିଯୋଗୀମାନଙ୍କ ସହ ବିଶଦ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଦୋକାନ ଯାତ୍ରାରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପଦାର୍ଥ ଅତିଥି, ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବ୍ୟକ୍ତିମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା। ଦିବସର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସଚେତନ ମୂଳକ ଏକାଙ୍କିକା, ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ପରବର୍ତୀ ସମୟରେ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ୩ ଟି ପେଭିଲିୟନରୁ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ ପରିଚାଳନା କରିଥିଲେ। ଶେଷରେ ସ୍କୁଲର ଶିକ୍ଷୟିତ୍ରୀ ଚିନ୍ମୟୀ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ।








