Home ଜିଲ୍ଲା ପରିକ୍ରମା ନଡିଆ ଗଛକୁ ଧକ୍କାଦେଇ ଜଣେ ମୃତ, ଜଣେ ଗୁରୁତର

ନଡିଆ ଗଛକୁ ଧକ୍କାଦେଇ ଜଣେ ମୃତ, ଜଣେ ଗୁରୁତର

30

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଭାବେ କଟକ ସ୍ଥାନାନ୍ତର ହୋଇଛି। ଉଭୟ ଦୁଇ ଯୁବକଙ୍କ ଘର ଭଦ୍ରକ ବାଉଦପୁର ଅଂଚଳର ଗୋଲାସାହିରେ ବୋଲି ଜଣାପଡିଛି। ଉଭୟ ଯୁବକ ଜଣେ ସଂପର୍କୀୟଙ୍କ ଘରକୁ ଯାଇ ଗ୍ରାମାଂଚଳ ଥାନା ଅଧୀନସ୍ଥ ଗେଲଟୁଆରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଉଭୟ ଯୁବକ ଓଡି୨୨ଏନ-୭୭୧୦ ଏକ ଟିଭିଏସ୍ ଆପାଚି ବାଇକ୍‌ରେ ଫେରୁଥିବାବେଳେ ଏକ ଜନଶ୍ୟୂ ମୋଡରେ ଭାରସାମ୍ୟ ହରାଇ ଏକ ନଡିଆ ଗଛକୁ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ଲୁପୁନ ଗିରିଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀପ ଗିରି ଗୁରୁତର ଭାବେ ପ୍ରଥମେ ଭଦ୍ରକ ଜିଲା ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.