Home ଜିଲ୍ଲା ପରିକ୍ରମା ମାଛ ମାର୍କେଟର ଶିଳାନ୍ୟାସ ଓ ମିଶନଶକ୍ତି ଗୃହର ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ମାଛ ମାର୍କେଟର ଶିଳାନ୍ୟାସ ଓ ମିଶନଶକ୍ତି ଗୃହର ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

3

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ କମଳାକାନ୍ତ ଭୋଇଙ୍କୁ ତାଙ୍କ ପୁଅ ସୂର୍ଯ୍ୟ ନାରାୟଣ ଭୋଇ ରାଜନୀତି କ୍ଷେତ୍ରରେ ବଳି ଯାଇଥିବା ପରିଲକ୍ଷିତ ହୋଇଛି। ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଚକ ପଂଚାୟତ ଅଧୀନ ନନ୍ଦପୁର ବଜାରରେ ମାଛ ମାର୍କେଟର ଶିଳାନ୍ୟାସ ଓ ନନ୍ଦପୁର ଗ୍ରାମ ରାସ୍ତା ପାର୍ଶ୍ୱରେ ନିର୍ମିତ ମିଶନଶକ୍ତି ଗୃହକୁ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଶିଳା ନ୍ୟାସ ଓ ଉଦଘାଟନ କରିବା ଅବସରରେ ନନ୍ଦପୁର ବଜାର ଜନ ସମୁଦ୍ର ହୋଇଯାଇଥିଲା। ତେବେ ବିଜେପିର ଅଚକ ପଂଚାୟତରେ ଶକ୍ତି ପ୍ରଦର୍ଶନ କରାଯାଇଥିବା ଚର୍ଚ୍ଚା ହୋଇଛି। ମନ୍ତ୍ରୀ ସୂରଜ ପ୍ରଥମେ ପଂଚାୟତ ସମିତି ଅନୁଦାନରେ ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ମାଛ ମାର୍କେଟର ଶିଳାନ୍ୟାସ କରିଥିଲେ । ପରେ ସେ ପଂଚାୟତ ସମିତି ଅନୁଦାନରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମିଶନଶକ୍ତି ଗୃହକୁ ଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ ବିଡ଼ିଓ ନିରଞ୍ଜନ ବାରିକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳ କିଶୋର ପଣ୍ଡା ଉପସ୍ଥିତ ଥିବାବେଳେ ପଂଚାୟତର ଯୁବନେତା ସୂର୍ଯ୍ୟନାରାୟଣ ଭୋଇଙ୍କ ଆୟୋଜନରେ ଅନୁଷ୍ଠିତ ଉତ୍ସବରେ କାନ୍ତକବି ମଣ୍ଡଳ ସଭାପତି ସରୋଜ କୁମାର ନାୟକଙ୍କ ସମେତ ସରକାରୀ ଓକିଲ ନିକୁଞ୍ଜ କୃଷ୍ଣ ପୁହାଣ,ଉମାକାନ୍ତ ଦାସ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାଧବୀଲତା ଭୋଇ, ସରପଂଚ ପ୍ରେମଳତା ବିଶ୍ୱାଳ, ଶୁଭ୍ର ନାରାୟଣ ସେଠୀ, ପ୍ରଦୀପ ବଳ, ନିହାରିକା ବିଶ୍ୱାଳ,ବରିଷ୍ଠ ନେତା ରଘୁନାଥ ପାତ୍ର, ଶୁକଦେବ ମଳିକ, ଦେବେନ୍ଦ୍ର ପୁହାଣ, ଶରତ ଦାସ, ପ୍ରମୋଦ ଦାସ, ସାଇ ଶରଣ ବେହେରା, ଉଷାକାନ୍ତ ନାୟକ, କୃଷ୍ଣଚନ୍ଦ୍ର ସାହୁ, ପ୍ରଦୀପ ସାହୁ, କମଳାକାନ୍ତ ଲେଙ୍କା, ଗୌରୀଶଙ୍କର ବେହେରା, ପ୍ରତାପ ଜେନା, ରଘୁନାଥ ମଳିକ, ଦେବବ୍ରତ ପାଢ଼ୀ ,କ୍ଷୀର ସିନ୍ଧୁ ବାରିକ,ଅଭୟ ମଲ୍ଲିକ,କାର୍ତିକ ତ୍ରିପାଠୀ,ଭାରତ ସାହୁ , ନିଶିକାନ୍ତ ଭଟ୍ଟରାୟ,ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅଚକ ସମେତ ଆଖପାଖ ପଂଚାୟତର ବିଭିନ୍ନ ଗ୍ରାମରୁ ଏହି ଉତ୍ସବରେ ହଜାର ହଜାର ନେତା ଓ କର୍ମୀ ସାମିଲ ହୋଇଥିଲେ। ଦାରୁବ୍ରହ୍ମ ମହିଳା ମହାସଂଘ ସଭାନେତ୍ରୀ ଜୟଶ୍ରୀ ପୁହାଣ, ସମ୍ପାଦିକା ସସ୍ମିତା ରାଉତ, ଏମବିକେ ମିନତୀ ନାଥ, ସୀତାରାଣୀ ସାହୁ, ମଞ୍ଜୁଲତା ସେଠୀ, କାଳନ୍ଦୀ ମୁଦୁଲି, ଆଶିଷ ପଲେଇ, କ୍ଷୀରୋଦ ସାମନ୍ତରାୟ, ବଳରାମ ବେହେରା ନାରଣ ସେଠୀ, ସୟଦ ଅଜମେର ,ସୟଦ ଅନୱାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.