ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ବସନ୍ତିଆ ପଂଚାୟତ ସିଲନ୍ଦିସ୍ଥିତ କାହ୍ନୁ ଚରଣ ବିଦ୍ୟା ମନ୍ଦିରର ପୂର୍ବତନ ସମ୍ପାଦକ ସୂର୍ଯ୍ୟମଣି ପୃଷ୍ଟି(୭୬)ଙ୍କର ପରଲୋକ ଘଟିଛି । ଏହି ଅବସରରେ ଆଜି ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଦାଶଙ୍କ ସଭାପତିତ୍ୱରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷୟିତ୍ରୀ ଝୁନୁବାଳା ନାୟକ, ସୁନିତା ଦାସ, ଅତିଥି ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା, ଶିକ୍ଷକ ସିଦ୍ଧେଶ୍ୱର ପଣ୍ଡା, କନିଷ୍ଠ ସହାୟକ ଉମେଶ ପ୍ରସାଦ କର, ଶିକ୍ଷ।।କର୍ମୀ ଗଙ୍ଗାଧର ପାତ୍ର, ପଦ୍ମନାଭ ଜେନା, ହରମୋହନ କର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପୃଷ୍ଟି ଜଣେ ନିଷ୍ଠାପର, ପରୋପକାରୀ, ସମାଜସେବୀ ଓ ଅନୁଷ୍ଠାନପ୍ରେମୀ ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପୃଷ୍ଟିଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।








