Home ଜିଲ୍ଲା ପରିକ୍ରମା ହିନ୍ଦୁ ସମାଜ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ

ହିନ୍ଦୁ ସମାଜ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ

2

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାଦ୍ଦୀ ବର୍ଷର ପାଳନ ଉପଲକ୍ଷେ ଆଜି ଧାମନଗର ଖଣ୍ଡର ଖଡ଼ିପଦା ମଣ୍ଡଳର ଦକ୍ଷିଣକୁରୁଆ ଗ୍ରାମର ବାବା ଦକ୍ଷିଣେଶ୍ୱର ମନ୍ଦିର ପ୍ରାଙ୍ଗଣ ର ପଡିଆଠାରେ ସମଗ୍ର ହିନ୍ଦୁ ସମାଜ ତରଫରୁ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାବେଶ ରେ ସାଧୁ,ସନ୍ଥ ଓ ସ୍ୱୟଂ ସେବକ ସଂଘର ପ୍ରବକ୍ତାମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସଂଯୋଜକ ଗୋବିନ୍ଦ ବେହେରା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ସରସ୍ୱତୀ ଆଶ୍ରମର ସାଧୁ ସଦାନନ୍ଦ ମହାରାଜ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଏବଂ କାର୍ଯ୍ୟକ୍ରମ ର ମୁଖ୍ୟ ବକ୍ତା ସଂଘର ପୂର୍ବ ଓଡ଼ିଶାର ସହ ପ୍ରାନ୍ତ କାର୍ଯ୍ୟବାହ ରବିନାରାୟଣ ପଣ୍ଡା ଯୋଗଦେଇଥିଲେ। ଏଥିରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ସମାଜରେ ବିଭିନ୍ନ ବର୍ଗକୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ସହ ପାରିବାରିକ ବିଚାରଧାରା କୁ ସୁଦୃଢ କରିବାକୁ ପରାମର୍ଶ ଦେଇ ହିନ୍ଦୁ ସମାଜର ଉନ୍ନତିରେ ଦେଶର ହିତ ସାଧନ ହୋଇପାରିବ ବୋଲି କହିଥିଲେ। ଏବେକାର ହିନ୍ଦୁସମାଜର ଅବକ୍ଷୟ ରୋକିବାକୁ ମାତୃଶକ୍ତି, ଯୁବଶକ୍ତିଙ୍କୁ ପ୍ରେରଣାଦାୟକ ଉପଦେଶମାନ ଦେଇଥିଲେ । ସନାତନ ଧର୍ମ ର ରକ୍ଷା ହିଁ ଭାରତ ତଥା ବିଶ୍ୱର ସୁରକ୍ଷା ଏହି ପରାମର୍ଶ ହିନ୍ଦୁ ସମାକୁ ଦେଇଥିଲେ। ସଂଘର ପୂର୍ବ ଓଡ଼ିଶାର ସହ ପ୍ରାନ୍ତ କାର୍ଯ୍ୟବାହ ଶ୍ରୀ ପଣ୍ଡା ବ୍ୟକ୍ତି ନିର୍ମାଣ ରେ ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ର ର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ। ସଂଘର ଶତାବ୍ଦୀ ବର୍ଷ ସାରା ଭାରତ ବର୍ଷରେ ପାଳନ ହେଉଥିବା ବେଳେ ସଂଘର ବିଚାର ଧାରା ପ୍ରତ୍ୟେକ ପରିବାରରେ ପହଞ୍ଚାଇବାକୁ ଆହ୍ୱାନ ଦେଇ ବ୍ୟକ୍ତି ନିର୍ମାଣ ରେ ରାଷ୍ଟ୍ର ନିର୍ମାଣ ହୋଇପାରିବ ବୋଲି କହିଥିଲେ। ସନାତନ ଧର୍ମ ର ରକ୍ଷା ହିଁ ହିନ୍ଦୁ ସମାଜ ର ସୁରକ୍ଷା ହୋଇପାରିବ ଓ ସାରା ବିଶ୍ୱକୁ ଭାରତ ବର୍ଷ ପ୍ରତିନିଧିତ୍ୱ କରିପାରବ ବୋଲି ମତ ପ୍ରକାଶ କରିଥିଲେ। ସଭାରେ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରା ର ଭଉଣୀ ମମତା ମଳିକ ଯୋଗଦେଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଦଧିବାମନ ମିଶ୍ର ସାର ଓ ତାଙ୍କ କଳାକାର ସଙ୍ଘ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଭାସ୍ଥଳରେ ସଂଘର ଜିଲ୍ଲା କାର୍ଯ୍ୟବାହ ରଶ୍ମି ଭାଇ, ସରୋଜ ମହାପାତ୍ର ଭାଇ, ଲଷ୍ମଣ ଭାଇ, ସଞ୍ଜୟ ଭାଇ, ବିପିନ ପଣ୍ଡା ଭାଇ, ଦୀପକ ଭାଇ, ଚିତରଞ୍ଜନ ଭାଇ, ଶ୍ରୀକାନ୍ତ ସାହୁ ଭାଇ,ସୁନୀଲ ସେଠି ଭାଇ, ପ୍ରମୋଦ ସୁତାର ଭାଇ, ଭବାନୀ ଭାଇ, ବନମାଳୀ ଭାଇ,ରମେଶ ପତି ଭାଇ, ଦେବେନ୍ଦ୍ର ସାହୁ ଭାଇ, ଗଜେନ୍ଦ୍ର ମାଝୀ ଭାଇ, ରମେଶ ପୃଷ୍ଟି ଭାଇ,ଗୋବର୍ଦ୍ଧନ ଭାଇ, ବିପ୍ରମୋହନ ଭାଇ, କାଳନ୍ଦୀ ପୃଷ୍ଟି ଭାଇ, କୁନାଲ ଯେନା ଭାଇ, ପ୍ରଦୀପ ମଳିକ ଭାଇ, ସୁଦାମ ଭାଇ, ବ୍ରହ୍ମା ପତି ଭାଇ, ବ୍ରହ୍ମା ପୃଷ୍ଟି ଭାଇ, ଲଷ୍ମୀଧର ପାତ୍ର ଭାଇ ଯୋଗଦେଇଥିଲେ। ସଭାରେ ସଂଘର କାର୍ଯ୍ୟକର୍ତା ଲଷ୍ମୀଧର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.