Home ଜିଲ୍ଲା ପରିକ୍ରମା ଫଳପୁର ଗ୍ରାମ୍ୟ ଜଙ୍ଗଲରେ ଧାମନଗର ପ୍ରେସ କ୍ଲବର ବନ୍ଧୁମିଳନ ଓ ପରିବେଶ ସୁରକ୍ଷା ଆଲୋଚନା ଚକ୍ର

ଫଳପୁର ଗ୍ରାମ୍ୟ ଜଙ୍ଗଲରେ ଧାମନଗର ପ୍ରେସ କ୍ଲବର ବନ୍ଧୁମିଳନ ଓ ପରିବେଶ ସୁରକ୍ଷା ଆଲୋଚନା ଚକ୍ର

6

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ଫଳପୁର ଗ୍ରାମ୍ୟ ଜଙ୍ଗଲ ପରିସରରେ ଏକ ବନ୍ଧୁମିଳନ ଓ ପରିବେଶ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବ ର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପରିବେଶର ସନ୍ତୁଳନ ରକ୍ଷା ଓ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରେସ କ୍ଲବ ର ସଦସ୍ୟମାନଙ୍କ ଦ୍ୱାରା ଫଳପୁର ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଥିବା ପିକନିକ ସ୍ଥଳି କୁ ସଫେଇ କରାଯାଇଥିଲା। “ପରିବେଶକୁ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକର କର୍ତବ୍ୟ’ ଏହି ବାର୍ତା ଦେଇ ସାମ୍ବାଦିକମାନେ ସ୍ଥାନୀୟ ଅଂଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଶପଥ ନେଇଥିଲେ। ଏହାପରେ ପରିବେଶ ସୁରକ୍ଷା ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। କ୍ଲବ ର ସଭାପତି କିଶାନ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ସାଂଗଠନିକ ଦୃଢ଼ତା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ସର୍ବସମ୍ମତି କ୍ରମେ କୃଷ୍ଣଚନ୍ଦ୍ର ଜେନାଙ୍କୁ ପ୍ରେସ କ୍ଲବ ର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି। ଶ୍ରୀ ଜେନାଙ୍କ ନୂତନ ଦାୟିତ୍ୱ ଗ୍ରହଣ କୁ କ୍ଲବ ର ସମସ୍ତ ସଦସ୍ୟ ସ୍ୱାଗତ କରିବା ସହ ଏହା ସଂଗଠନକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି। ସମ୍ପାଦକ ସରୋଜ ସେଠୀ ସମଗ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଲୋଚନା ଚକ୍ର ରେ ବରିଷ୍ଟ ସାମ୍ବାଦିକ ବାସୁଦେବ ତ୍ରୀପାଠୀ,ଅନିଲ କୁମାର ବାରିକ,ଦୀନବନ୍ଧୁ ଦାଶ, ବୈକୁଣ୍ଠ ସାହୁ, ପ୍ରମୋଦ ସ୍ୱାଇଁ,ଅଭିମନ୍ୟୁ ମଲିକ ,ଦେବାଶିଷ ରଥ,ବାସୁଦେବ ପାତ୍ର, ସୁଦୀପ୍ତ ଖଟୁଆ, ବିଶ୍ୱ ଜିତି ଖଟୁଆ,ଗୌରାଙ୍ଗ ଦାଶ,ଗୋଲାମ ଜିଲା ନି ହବିବି,ସେକ ହମିଦ,କୈଳାସ ଗୁପ୍ତା,ବିଭୂତି ମଲିକ,ତାପସ ସାହୁ,ଦେବେନ୍ଦ୍ର ଆନ୍ଦିଆ,ସନ୍ତୋଷ ମହାପାତ୍ର,ରଜତ ପଣ୍ଡା,ଜଗନ୍ନାଥ ବେହେରା, ମାନଗୋବିନ୍ଦ ଜେନା,ସଂଜିବି ମହାନ୍ତି,ସୁଧାକର ଦାଶ,ପ୍ରଦୀପ ମହାପାତ୍ର,ସରୋଜ ଖୁଂଟିଆ ଭାଗ ନେଇ ଥିଲେ ,ପରେ ଏକ ବନ୍ଧୁମିଳନ ଭୋଜି ରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.