ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦକ୍ର ଜିଲ୍ଲାରେ ମଣ୍ଡି ଖୋଲା ହୋଇଛି। ମାତ୍ର ଚାଷୀଙ୍କ ଠାରୁ ଧାନ ଆଦୌ କ୍ରୟ ନକରିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ପିସିସିର ପୂର୍ବତନ ସାଧାରଣ ସଂପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ମନୋଜ ବିଶ୍ୱାଳ କହିଛନ୍ତି । ସେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ନିଜ ବ୍ଲକ ଚାନ୍ଦବାଲି ଏବଂ ସମଗ୍ର ଭଦ୍ରକ ଜିଲ୍ଲାରେ ମଣ୍ଡି ଜାନୁଆରୀ ୫ ତାରିଖରୁ ଖୋଲା ହେଲାଣି । ଡିସେମ୍ବର ୧ ତାରିଖ ସୁଦ୍ଧା ଚାଷୀ ସମସ୍ତ ଥାନ ଅମଳ କାର୍ଯ୍ୟ ସାରିଛି । ମାତ୍ର ଏବେ ମଣ୍ଡିରେ ଚାଷୀ ଧାନ ଥୋଇ ଅପେକ୍ଷା କରି ବସିଛି । ସରକାର ଓ ମିଲମାଲିକଙ୍କ ମଧ୍ୟରେ କଟନି ଛଟନିର ହିସାବ ନ ଛିଡିବାର ଧାନ କିଣା କାମ ଆରମ୍ଭ ହୋଇପାରୁନି । ଯେଉଁ ଟୋନକ୍ର ଅବଧି ଜାନୁଆରୀ ୫ ତାରିଖ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଥିଲା, ଏବେ ସେମାନେ ପ୍ରମାଦ ଗଣୁଛନ୍ତି । ଧାନ ବିକ୍ରୀର ଧାର୍ଯ୍ୟ ସମୟ ସରିଯାଇଛି, ମାତ୍ର ସରକାର ଧାନ କିଣୁନାହାନ୍ତି । ଏପଟେ ଚାଷୀ ହତାସ ହୋଇ ଧାନ କ୍ୱିଂଟାଲ ପିଛା ୧୬୦୦ ଟଙ୍କାରେ ବିକି କ୍ଷତି ସହୁଛି । ଏବେ ଭଦ୍ରକ ଜିଲ୍ଲାରେ ଚାଷୀ ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ସରକାର ଧାନ କିଣିବେକି ନାହିଁ ଭଦ୍ରକ ଜିଲ୍ଲାର ରାଜ୍ୟ ବିଜେପି ସଭାପତି ରହିଛନ୍ତି । ଭଦ୍ରକ ଜିଲ୍ଲାରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରହିଛନ୍ତି । ମାତ୍ର ସେମାନେ ଏପରି ଅଭାବନୀୟ ପରିସ୍ଥିତିରେ ସମାଧାନ ପାଇଁ ଚେଷ୍ଟିତ ନୁହନ୍ତି । ସେପଟେ ଜିଲ୍ଲାପାଳ ମନ୍ତ୍ରୀ ଓ ନେତାଙ୍କ ସହ ସାମାଜିକ ଗଣମାଧ୍ୟମରେ ଫଟୋ ଛାଡ଼ୁଛନ୍ତି । ଚାଷୀର ଧାନ ଯଦି ସରକାର ୨ ଦିନ ମଧ୍ୟରେ ନ କିଣନ୍ତି ତେବେ ଚାଷୀ ରାଜରାସ୍ତାକୁ ଓହ୍ଲାଇବ ଏବଂ କଂଗ୍ରେସ ଏହାକୁ ସମର୍ଥନ ଦେବ । ଯେଉଁ ପରିଣତି ସୃଷ୍ଟି ହେବ ସରକାର ଦାୟୀ ରହିବେ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି ।
Home ଜିଲ୍ଲା ପରିକ୍ରମା ଭଦକ୍ର ଜିଲ୍ଲାରେ ସରକାର ତୁରନ୍ତ ଚାଷୀର ଧାନ କିଣନ୍ତୁ:ପିସିସିର ପୂର୍ବତନ ସାଧାରଣ ସଂପାଦକ ମନୋଜ ବିଶ୍ୱାଳ








